ବଡ଼ଭାଇକୁ ସାନଭାଇର ବୋମାମାଡ଼ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ମୃତ

ନୟାଗଡ଼ ୦୭।୧୧: ସାନଭାଇର ବୋମାମାଡରେ ଆହତ ବଡଭାଇର ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁ । ମୃତକ ବଡଭାଇ ହେଲେ ପ୍ରଦୀପ ନାୟକ । ସାନଭାଇ ଦିଲ୍ଲୀପ ଏବଂ ତାର ଜଣେ ସହଯୋଗୀ ମନୋଜ ମହାରଣାକୁ ଗିରଫ କରିବା ସହ ୪ଟି ଅଫୁଟା ବୋମା ଜବତ କରିଛି ପୋଲିସ । ପାରିବାରିକ  ବିବାଦକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଖବର ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଓଡଗାଁ ଥାନା ବାହାଡ଼ାଝୋଲା ଟ୍ରାଫିକ୍ ପୋଷ୍ଟ ନିକଟରେ ଦିଲ୍ଲୀପ ଦୁଇଟି ବୋମା ପ୍ରଦୀପ ଉପରକୁ ଫିଙ୍ଗିଦେଇ ପଳାଇଯାଇଥିଲା । ପୋଲିସ ପ୍ରଦୀପକୁ ଉଦ୍ଧାର କରି ପ୍ରଥମେ ଓଡଗାଁ ଏବଂ ପରେ ନୟାଗଡ ଡାକ୍ତରଖାନାକୁ ପଠାଇଥିଲା ।  ଅବସ୍ଥା ଗୁରୁତର ହେବାରୁ ପ୍ରଦୀପକୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ତେବେ ଶନିବାର ରାତିରେ ସେଠାରେ ତାଙ୍କର ମୃତ୍ଯୁ ହୋଇଛି । ପୋଲିସ  ଦିଲ୍ଲୀପକୁ ଗିରଫ କରିବା ସହ ବୋମା ପ୍ରସ୍ତୁତକାରୀ ମନୋଜ ମହାରଣାକୁ ଗିରଫ କରିଛି । ସେହିପରି ମନୋଜ ଠାରୁ ଚାରୋଟି ଅଫୁଟା ବୋମା ଏବଂ ଗୋଟିଏ ବାଇକ୍  ଜବତ କରିଛି ପୋଲିସ।  ମନୋଜ ବାରହା ଶିକାର ପାଇଁ ବୋମା ତିଆରି କରି ରଖିଥିବା ପୋଲିସ ସୂଚନା ଦେଇଛି ।  ଦିଲ୍ଲୀପ କିଛି କାମ ନକରି ମାଙ୍କୁ ମାଡପିଟ କରି ଟଙ୍କା ନେଉଥିବାରୁ ଭୂବନେଶ୍ବରରେ ରହୁଥିବା ପ୍ରଦୀପ ଗାଁକୁ ଆସି ତାକୁ ତାଗିଦ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦିଲ୍ଲୀପ ଏଭଳି କାଣ୍ଡ କରିଥିବା ଜଣାପଡିଛି ।