ବଢିଲା କରଣ ଜୋହରଙ୍କ ଅଡୁଆ : ଡ୍ରଗ୍ସ୍ ମାମଲାରେ ହାଜର ହେବାକୁ NCBର ନୋଟିସ୍, ଭାଇରାଲ ଭିଡିଓକୁ ନେଇ ଫସିପାରନ୍ତି କରଣ

ମୁମ୍ବାଇ ୧୭/୧୨ : କିଛି ଦିନ ବ୍ୟବଧାନରେ ପୁଣି ସକ୍ରିୟ ହୋଇଉଠିଛି NCB । ବଲିଉଡର ଜଣାଶୁଣା ପ୍ରଯୋଜକ କରଣ ଜୋହରଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଛି ନିଶା ନିବାରଣ ବିଭାଗ । NCB ପକ୍ଷରୁ କୁହାଯାଇଛି ଯେ, କରଣ ଜୋହର କୌଣସି ମାମଲାରେ ସଂପୃକ୍ତ ନାହାନ୍ତି କିନ୍ତୁ ଡ୍ରଗ୍ସ୍ ସହିତ ଜଡିତ କିଛି ତଥ୍ୟ ହାସଲ ପାଇଁ ତାଙ୍କୁ ନୋଟିସ କରାଯାଇଛି । ସୂଚନା ମୁତାବକ, କରଣଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିନପାରେ । ସେ ତାଙ୍କର କୌଣସି ପ୍ରତିନିଧିଙ୍କୁ ମଧ୍ୟ ପଠାଇପାରନ୍ତି । ୨୦୧୯ ଜୁଲାଇ ମାସରେ କରଣଙ୍କ ଘରେ ହୋଇଥିବା ପାର୍ଟି ବିଷୟରେ କିଛି ତଥ୍ୟ ହାସଲ ପାଇଁ ତାଙ୍କର ଇଲୋକ୍ଟ୍ରାନିକ୍ସ୍ ଉପକରଣକୁ ଯାଞ୍ଚ୍ କରିପାରେ ଏନସିବି । କରଣ ଜୋହରଙ୍କୁ ବୁଧବାର ସମନ ପଠାଯାଇଥିବା ସୂଚନା ମିଳିଛି । ପାର୍ଟିକୁ କେଉଁମାନେ ଆସିଥିଲେ? କେଉଁ କ୍ୟାମେରାରେ ଭିଡିଓ ରେକର୍ଡ ହୋଇଥିଲା? କିଛି ନିମନ୍ତ୍ରଣ ପତ୍ର ପଠାଯାଇଥିଲା କି? ଏହି ତମାମ ପ୍ରସଙ୍ଗର ତଥ୍ୟ ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ ନୋଟିସରେ କୁହାଯାଇଛି । ବଲିଉଡରେ ଡ୍ରଗ୍ସ୍ କନେକସନ୍ ସାମ୍ନାକୁ ଆସିବା ପରେ କରଣ ଜୋହରଙ୍କର ସମସ୍ୟା ବଢିବାକୁ ଲାଗିଥିଲା । କରଣ ଜୋହରଙ୍କ ଘରେ ହୋଇଥିବା ଏକ ପାର୍ଟିର ଭିଡିଓ ଖୁବ ଭାଇରାଲ ହୋଇଥିଲା । ଏହାକୁ ନେଇ ଯାଞ୍ଚ କରିଥିଲା ଏନସିବି । ଏହା ପ​‌ରେ କରଣ ଜୋହର ସଫେଇ ଦେଇଥିଲେ କି, ‘ନା ମୁଁ କୌଣସି ଡ୍ରଗ୍ସ୍ ନିଏ ନା ତାକୁ ପ୍ରମୋଟ କରେ’ । ସେ କହିଥିଲେ ମୋ ଘରେ ୨୮ ଜୁଲାଇ ୨୦୧୯ରେ ହୋଇଥିବା ପାର୍ଟିରେ ଡ୍ରଗ୍ସ ବ୍ୟବହାର ହୋଇଥିବା ଖବର ସଂପୂର୍ଣ୍ଣ ମିଛ ।