ବଢ଼ିଲା ଜବତ ଟଙ୍କା, ସମ୍ପତ୍ତି ତାଲିକା

କଟକ ଅଫିସ,୧୩।୧୦: ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଗିରଫ ହୋଇଥିବା ୩ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ଦିନକୁ ଦିନ ଅଧିକ ତଥ୍ୟ ମିଳିବାରେ ଲାଗିଛି। ସେମାନଙ୍କୁ ମାରାଥନ ଜେରା କରାଯିବା ପରେ ୨ଅଧିକାରୀଙ୍କଠାରୁ ଭିଜିଲାନ୍ସ ପୁଣି ଲକ୍ଷାଧିକ ଟଙ୍କା ଓ ସମ୍ପତ୍ତି ଠାବ କରିଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟର ସୂଚନା ମୁତାବକ, ବାଲେଶ୍ୱରସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କ ସରକାରୀ ବାସଭବନରୁ ପୁଣି ୬ ଲକ୍ଷ ୩୫ହଜାର ୭୨୩ ଟଙ୍କା ଜବତ ହୋଇଛି, […] The post ବଢ଼ିଲା ଜବତ ଟଙ୍କା, ସମ୍ପତ୍ତି ତାଲିକା appeared first on Dharitri Odia News.

ବଢ଼ିଲା ଜବତ ଟଙ୍କା, ସମ୍ପତ୍ତି ତାଲିକା
କଟକ ଅଫିସ,୧୩।୧୦: ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଗିରଫ ହୋଇଥିବା ୩ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ଦିନକୁ ଦିନ ଅଧିକ ତଥ୍ୟ ମିଳିବାରେ ଲାଗିଛି। ସେମାନଙ୍କୁ ମାରାଥନ ଜେରା କରାଯିବା ପରେ ୨ଅଧିକାରୀଙ୍କଠାରୁ ଭିଜିଲାନ୍ସ ପୁଣି ଲକ୍ଷାଧିକ ଟଙ୍କା ଓ ସମ୍ପତ୍ତି ଠାବ କରିଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟର ସୂଚନା ମୁତାବକ, ବାଲେଶ୍ୱରସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କ ସରକାରୀ ବାସଭବନରୁ ପୁଣି ୬ ଲକ୍ଷ ୩୫ହଜାର ୭୨୩ ଟଙ୍କା ଜବତ ହୋଇଛି, ଯାହାକୁ ମିଶାଇ ତାଙ୍କଠାରୁ ମୋଟ ଜବତ ହୋଇଥିବା ଟଙ୍କା ୧୬ ଲକ୍ଷ ୫୦ହଜାର ୧୩ଟଙ୍କାକୁ ବୃଦ୍ଧି ପାଇଛି। ଏହାସହିତ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ନରୋତ୍ତମ ବେହେରାଙ୍କ ବହୁମୂଲ୍ୟ ପ୍ଲଟ ମଧ୍ୟ ଠାବ ହୋଇଛି। ଅନ୍ୟପଟେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ୫ଟି ବହୁମୂଲ୍ୟ ପ୍ଲଟ ଠାବ ହୋଇଛି। କଟକ ଦୋଳମୁଣ୍ଡାଇ ନିକଟରେ ଗୋଟିଏ ଏବଂ ଛତ୍ରପୁରରେ ୪ଟି ପ୍ଲଟ ଭିଜିଲାନ୍ସ ଠାବ କରିଛି। ଫଳରେ ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ବର୍ତ୍ତମାନ ସୁଦ୍ଧା ମୋଟ ୩୯ ଲକ୍ଷ ୧୧ହଜାର ୪୪୩ ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ, ଗତ ଶନିବାର କେନ୍ଦୁଝର ଜିଲା ଶାଳପଡ଼ାର ବୈତରଣୀ ଜଳସେଚନ ଡିଜିଜନର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ଏସପିସିବି ବାଲେଶ୍ୱରର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଓ ରାଉରକେଲାର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ। ସମସ୍ତ ଅଧିକାରୀଙ୍କଠାରୁ ଭିଜିଲାନ୍ସ ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିଲା। The post ବଢ଼ିଲା ଜବତ ଟଙ୍କା, ସମ୍ପତ୍ତି ତାଲିକା appeared first on Dharitri Odia News.