ବାଣୀବିହାର ଅଶାନ୍ତ : ହଷ୍ଟେଲରେ ନିଜର ପତିଆରା ଜାହିର ପାଇଁ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ଭୁବନେଶ୍ୱର,୧୯/୦୧: ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଛାତ୍ରାବାସରେ ନିଜର ପତିଆରା ଓ ଦବଦବା ଜାହିର କରିବାକୁ ଛାତ୍ରଗୋଷ୍ଠୀ ମଧ୍ୟରେ ଦୀର୍ଘ ବର୍ଷ ଧରି ଛକାପଞ୍ଝା ଲାଗି ରହିଛି । ମାର୍‌ପିଟ୍‌, ହଣାକଟା ଆଉ ଗୋଷ୍ଠୀ ସଂଘର୍ଷର ଖବର ଅନେର ସମୟରେ ସାମ୍ୱାକୁ ଆସୁଛି। ଯାହାକୁ ନେଇ ପ୍ରତିବର୍ଷ ବାଣୀବିହାର କ୍ୟାମ୍ପସ୍‌ ଚର୍ଚ୍ଚାରେ ରୁହିଥାଏ । କରୋନା ମହାମାରୀରେ  କୋଭିଡ୍‌ କଟକଣା ପରେ ଗତ ସପ୍ତାହେ ହେଲା ହଷ୍ଟେଲ ଖୋଲିଛି। କୋଭିଡ୍‌ ଭୟରେ ଅନେକ ଛାତ୍ରଛାତ୍ରୀ ହଷ୍ଟେଲକୁ ଆସିନାହାଁନ୍ତି । ତଥାପି କ୍ୟାମ୍ପସ୍‌ର ଏକ ଛାତ୍ରାବାସରେ ଦବ୍‌ଦବାକୁ କେନ୍ଦ୍ରକରି ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋପବନ୍ଧୁ ଛାତ୍ରାବାସ ନମ୍ବର ୱାନ୍‌ ସାମ୍ନାରେ ସୋମବାର ରାତି ସାଢ଼େ ୮ଟାରେ ୨ ଗୋଷ୍ଠୀର ଛାତ୍ରମାନେ ମାର୍‌ପିଟ୍‌ ଲାଗିଥିଲେ । ହଷ୍ଟେଲ ସାମ୍ନାରେ ଧସ୍ତାଧସ୍ତି ବି ଚାଲିଥିଲା । ଦୀର୍ଘ ଘଣ୍ଟାଏ ଧରି ଉତ୍ତେଜନା ଲାଗି ରହିଥିଲା । ଏଥିରେ ଦୁଇ ଗୋଷ୍ଠୀରୁ ୫ ଆହତ ହୋଇଥିବା ସୂଚନା ମିଳିଛି । ସେମାନେ ହେଲେ ଭାବରଞ୍ଜନ ବେହେରା, ରାଜେଶ ପରିଡ଼ା, ସ୍ୱଂୟଜିତ୍‌ ପଟ୍ଟନାୟକ, ସନ୍ତୋଷ ନାୟକ ଓ ଶିବଶକ୍ତି ଦିଗଲ । ଖବର ପାଇ ରାତି ସାଢ଼େ ୯ଟା ବେଳକୁ ସହିଦ୍‌ନଗର ଥାନା ପୋଲିସର ଏକ ଟିମ୍‌ କ୍ୟାମ୍ପସ ଭିତରକୁ ଯାଇଥିଲା । ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ ମଧ୍ୟ ନିଜେ ସେଠାକୁ ଯାଇଥିଲେ । ସେତେବେଳକୁ ଗୋଟିଏ ଛାତ୍ର ଗୋଷ୍ଠୀ ପକ୍ଷରୁ ହଷ୍ଟେଲ ସାମ୍ନାରେ ଧାରଣା ଦିଆଯାଇଥିଲା । ସେମାନେ ନାରାବାଜି ଚଳାଇ ଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡି଼ଥିଲା । ଧାରଣାରେ ବସିଥିବା ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ଅନ୍ୟ ଗୋଷ୍ଠୀର ଛାତ୍ରନେତାମାନେ ଦୀର୍ଘ ଦିନ ଧରି ହଷ୍ଟେଲରେ ଜୁଲୁମ୍‌ ଚଳାଇଛନ୍ତି । ସେମାନଙ୍କ କାରନାମାରେ ହଷ୍ଟେଲ ଅନ୍ତେବାସୀମାନେ ଅତିଷ୍ଠ ହୋଇଗଲେଣି। ହଷ୍ଟେଲ ଖୋଲିବା ଦିନଠୁ ଅର୍ଥାତ ୧୧ ତାରିଖରୁ ହଷ୍ଟେଲରେ ଉକ୍ତ ଗୋଷ୍ଠୀର ରାଜ୍‌ ଚାଲିଛି । ଏହାକୁ ନେଇ ସେମାନେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଆଶିଷ ଚନ୍ଦ୍ର ପାଥୀଙ୍କୁ ସୋମବାର ଅଭିଯୋଗ ମଧ୍ୟ କରିଥିଲେ । ଅନ୍ୟ ଏକ ଗୋଷ୍ଠୀକୁ ଅଭିଯୋଗ ନେଇ ଖବର ମିଳି ଯାଇଥିଲା । ଏହାପରେ ଅପରଗୋଷ୍ଠୀ ଉଗ୍ରରୂପ ରବିବାର ରାତିରେ ଅନ୍ୟ ଗୋଷ୍ଠୀର ଛାତ୍ରଙ୍କୁ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ଧରି ହଷ୍ଟେଲ ସାରା ପଇଁତରା ମାରିଥିଲେ । ଏପରିକି  ସୋମବାର ମଧ୍ୟ ରାତି ବେଳା ହଷ୍ଟେଲ ସାମ୍ନାରେ ହଙ୍ଗାମା କରିଥିଲେ । ହଷ୍ଟେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ, ଏନେଇ ମଙ୍ଗଳବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ସେପଟେ ସହିଦନଗର ଥାନା ପୋଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆମ୍ଭ କରିଛି ।