ବିତର୍କ ବେଳେ ମହିଳା ସାଂସଦଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ ଅନ୍ୟ ଜଣେ ସାଂସଦ, ଦେଖନ୍ତୁ ଭିଡିଓ

ଟ୍ୟୁନିସିଆ ୦୫।୦୭: ସଂସଦରେ ଏକ ପ୍ରସଙ୍ଗକୁ ନେଇ ଚାଲିଥିଲା ଜୋରଦାର ବିତର୍କ। ହେଲେ ଅଚାନକ ଅନ୍ୟ ଜଣେ ସାଂସଦ ମହିଳା ସାଂସଦଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ। ଏହି ଅଭାବନୀୟ ଘଟଣା ଘଟିଛି ଟ୍ୟୁନିସିଆ ସଂସଦରେ। ଘଟଣାର ଭିଡିଓ ସଂପ୍ରତି ଖବୁ ଭାଇରାଲ ହେବାରେ ଲାଗିଛି। ଗୃହରେ ବିତର୍କ ସମୟରେ ମହିଳା ସାଂସଦଙ୍କୁ ସାଂସଦ ସାହିବ ସମରା ଚାପୁଡା ମାରିଛନ୍ତି। ସମରା ହେଉଛନ୍ତି ନିର୍ଦ୍ଦଳୀୟ ସାଂସଦ। ଏହି ଭିଡିଓ ଜୁଲାଇ ୧ର ହୋଇଥିବା କୁହାଯାଉଛି। ସାଂସଦ ସାହବି ସମରା ଗୃହରେ ଆଲୋଚନା ବେଳେ ଅବିର ମୋଉସି ନାମକ ମହିଳା ସାଂସଦଙ୍କ ସହ ଖୁବ୍ ଯୁକ୍ତିତର୍କ କରିଥିଲେ। ପୁଣି ଅଚାନକ ନିଜ ଆସନରୁ ଉଠି ମହିଳା ସାଂସଦଙ୍କ ପାଖକୁ ଯାଇଥିଲେ ଏବଂ କିଏ କିଛି ବୁଝିବା ପୂର୍ବରୁ ଚାପୁଡା ପରେ ଚାପୁଡା ମାରିଥିଲେ। ତୁରନ୍ତ ଅନ୍ୟ ସାଂସଦ ତାଙ୍କୁ ଅଟକାଇ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏଥିପାଇଁ ଘଟିଲା ଅପ୍ରୀତିକର ଘଟଣା କୁହାଯାଉଛି ଅବିର ମୋଉସି ସଂସଦରେ ବିତର୍କ ସମୟରେ ଟ୍ୟୁନିସିଆ ସରକାର ଓ କାତାର ଫଣ୍ଡ ଫର ଡେଭଲପମେଣ୍ଟ ମଧ୍ୟରେ ହୋଇଥିବା ରାଜିନାମାର ବିରୋଧ କରିଥିଲେ। ଏହି ସମୟରେ ହିଁଏହି ଅଭାବନୀୟ ଘଟଣା ଘଟିଥିଲା। ଅବିର ନିଜ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଫେସବୁକ୍‌ରେ ଲାଇଭ କରିଛନ୍ତି। ଫେସବୁକ ଭିଡିଓରେ କ୍ୟାପସନ ଦେଇ ସେ ଲେଖିଛନ୍ତି, ଏହା ହେଉଛି ସାଂସଦଙ୍କ ପ୍ରକୃତ ଚେହେରା, ଯିଏ ମହିଳାଙ୍କୁ ଅପମାନ କରିବା ଏବଂ ନିୟମର ଉଲ୍ଲଂଘନ କରିବାରେ ତିଳେ ମାତ୍ର ସଙ୍କୋଚ କରୁ ନାହାନ୍ତି। ଅବିର ଫ୍ରି ଡିଷ୍ଟୋରିୟନ ପାର୍ଟିର ନେତା। ୨୦୧୯ରେ ଟ୍ୟୁନିସିଆରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ୧୭ଟି ସିଟ୍‌ ଜିତିଥିଲା।