ବୈତରଣୀରେ ବନ୍ୟା : ଏବେବି ପାଣିଘେରରେ ଅନେକ ଅଞ୍ଚଳ, ଉଦ୍ଧାର କାର୍ଯ୍ୟ ଜାରି

ଭଦ୍ରକ ୨୯।୦୮ : ବୈତରଣୀରେ ଆସିଛି ପ୍ରଳୟଙ୍କରୀ ବନ୍ୟା । ଉପର ମୁଣ୍ଡରୁ ପାଣି ଖସୁଥିବା ବେଳେ ତଳ ମୁଣ୍ଡରେ ବନ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଧଶା ବଢିବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ୧୮.୧୬ ମିଟରରେ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତ ରହିଛି ୧୭.୮୩ ମିଟର ରହିଛି । ବନ୍ୟା ଭଦ୍ରକ ଜ଼ିଲ୍ଲାର ମୁଖ୍ୟତଃ ୪ଟି ବ୍ଲକରେ ତାର ପ୍ରଳୟ ରଚାଇଛି । ଖାସ୍‌ କରି ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି […]

ବୈତରଣୀରେ ବନ୍ୟା : ଏବେବି ପାଣିଘେରରେ ଅନେକ ଅଞ୍ଚଳ, ଉଦ୍ଧାର କାର୍ଯ୍ୟ ଜାରି
ଭଦ୍ରକ ୨୯।୦୮ : ବୈତରଣୀରେ ଆସିଛି ପ୍ରଳୟଙ୍କରୀ ବନ୍ୟା । ଉପର ମୁଣ୍ଡରୁ ପାଣି ଖସୁଥିବା ବେଳେ ତଳ ମୁଣ୍ଡରେ ବନ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଧଶା ବଢିବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ୧୮.୧୬ ମିଟରରେ ପ୍ରବାହିତ ହେଉଥିବା ବେଳେ ବିପଦ ସଙ୍କେତ ରହିଛି ୧୭.୮୩ ମିଟର ରହିଛି । ବନ୍ୟା ଭଦ୍ରକ ଜ଼ିଲ୍ଲାର ମୁଖ୍ୟତଃ ୪ଟି ବ୍ଲକରେ ତାର ପ୍ରଳୟ ରଚାଇଛି । ଖାସ୍‌ କରି ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ତଳି ଅଞ୍ଚଳରେ ବନ୍ୟା ପାଣି ପଶି ଅନେକ କ୍ଷୟକ୍ଷତି କରିଛି । ବୈତରଣୀର  ଉପର ମୁଣ୍ଡରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ତଳ ମୁଣ୍ଡରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି । ଧାମନଗର ବ୍ଲକର ହସନାବାଦ, ସୋହଡା, ନଦିଗାଁ, କରଦା, ଦିହୁଡ଼ି ଆନନ୍ଦପୁର, ଦୋବଲ, ବୟାଙ୍ଗଡିହ, କୋଠାର, ଅସୁରାଳି ସମେତ ଅନେକ ପଞ୍ଚାୟତ ଏବେ ଜଳବନ୍ଦୀ । ଭଣ୍ଡାରିପୋଖରୀ ବ୍ଲକର ବାଲି ପୋଖରୀ, ଷୋଳମପୁର, କୂରିଗାଁ, ରହଣିଆ, ମାଳଦା ସହ ଅନେକ ପଞ୍ଚାୟତରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ତିହିଡି ବ୍ଲକରେ ବନ୍ୟାରେ କାଁପଡ଼ା, ଵିଲଣା, ବାରୋ ସମେତ ଅନେକ ପଞ୍ଚାୟତର ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି । ଓଡ୍ରାଫ , ଏନଡ଼ିଆରଏଫ ଓ ଅଗ୍ନିଶମ ବାହିନୀ ବନ୍ୟା ଘେରରୁ ଯୁଦ୍ଧ କାଳୀନ ଭିତ୍ତିରେ ଲୋକ ମାନଙ୍କୁ ଉଦ୍ଧାର କରୁଛନ୍ତି । ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଛି। ଏବେବି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ରହିଛି ।