ବାତ୍ୟା ପୂର୍ବରୁ ପୁରୀରେ ମାଛ ମଡ଼କ l // welcome to utkal24news

Purib: ତା 25/05/2021 ( ରିପୋର୍ଟ – ବ୍ରହ୍ମାନନ୍ଦ ) ଆସନ୍ତା ୨୬ ତାରିଖରେ ସମ୍ଭାବ୍ୟ ବାତ୍ୟା ୟଶ୍ ସ୍ଥଳଭାଗ ଛୁଇଁବାକୁ ଯାଉଛି । ତେଣୁ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବାତ୍ୟା ନେଇ ହାଇ ଆଲର୍ଟ ଜାରି କରାଯାଇଛି । ଯେଉଁ ସବୁ ଅଞ୍ଚଳରେ ବାତ୍ୟାର ପ୍ରଭାବ ଅଧିକ ରହିବ ସେହି ସବୁ ଜିଲ୍ଳାରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହିତ ସବୁପ୍ରକାର ବାତ୍ୟା ମୁକାବିଲା ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଉଛି । ଗୋଟେପଟେ ବାତ୍ୟା ପ୍ରସ୍ତୁତିରେ […] The post ବାତ୍ୟା ପୂର୍ବରୁ ପୁରୀରେ ମାଛ ମଡ଼କ l // welcome to utkal24news appeared first on UTKAL24NEWS.

ବାତ୍ୟା ପୂର୍ବରୁ ପୁରୀରେ ମାଛ ମଡ଼କ l // welcome to utkal24news
welcome to utkal24news Purib: ତା 25/05/2021 ( ରିପୋର୍ଟ – ବ୍ରହ୍ମାନନ୍ଦ ) ଆସନ୍ତା ୨୬ ତାରିଖରେ ସମ୍ଭାବ୍ୟ ବାତ୍ୟା ୟଶ୍ ସ୍ଥଳଭାଗ ଛୁଇଁବାକୁ ଯାଉଛି । ତେଣୁ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବାତ୍ୟା ନେଇ ହାଇ ଆଲର୍ଟ ଜାରି କରାଯାଇଛି । ଯେଉଁ ସବୁ ଅଞ୍ଚଳରେ ବାତ୍ୟାର ପ୍ରଭାବ ଅଧିକ ରହିବ ସେହି ସବୁ ଜିଲ୍ଳାରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହିତ ସବୁପ୍ରକାର ବାତ୍ୟା ମୁକାବିଲା ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଉଛି । ଗୋଟେପଟେ ବାତ୍ୟା ପ୍ରସ୍ତୁତିରେ ରାଜ୍ୟଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ସମସ୍ତେ ଲିପ୍ତ ଥିବା ବେଳେ ଅପରପକ୍ଷରେ ପୁରୀ ପେଣ୍ଠକଟା ବେଳାଭୂମିରେ ମାଛ ମଡକ ଦେଖିବାକୁ ମିଳିଛି । ବେଳାଭୂମିରେ ଶହଶହ ମାଛ ମରି ପଡିଥିବା ଆଜି ଦେଖିବାକୁ ମିଳିଛି ।ତେବେ ଏହାକୁ ନେଇ ଉକ୍ତ ଅଞ୍ଚଳର ମତ୍ସଜୀବୀ ମାନେ ଚିନ୍ତା ପ୍ରକଟ କରିଥିବା ବେଳେ କେଉଁ କାରଣରୁ ଏବଂ କେଉଁ ପ୍ରଜାତିର ମାଛ ମରିଛନ୍ତି ସେ ନେଇ ଏବେ ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲାପାଳ । ତେବେ ପରିବେଶବିତ୍ ଓ କିଛି ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯେତେବେଳେ କୌଣସି ବାତ୍ୟା ଆସିବାର ସମ୍ଭାବନା ଥାଏ ସେତେବେଳେ ସମୁଦ୍ରରେ ହେଉଥିବା ଅସ୍ଥିରତାକୁ ଛୋଟ ଛୋଟ ମାଛ ମାନେ ଠିକ୍ ଭାବରେ ଅକ୍ସିଜେନ୍ ପାଇପାରନ୍ତି ନାହିଁ ତେଣୁ ସେମାନଙ୍କ ମୃତ୍ୟୁ ହୋଇଥାଏ । ବୋଧ ହୁଏ ଏହି କାରଣ ଯୋଗୁଁ ଏତେ ସଂଖ୍ୟାରେ ମାଛ ମରିଯାଇଛନ୍ତି । ବେଳାଭୂମିରେ ଶହଶହ ସଂଖ୍ୟାରେ ମାଛ ମରିପଡିଥିବା ବେଳେ କିଛି ପାଣିରେ ଭାସୁଥିବା ଆଜି ଦେଖିବାକୁ ମିଳିଥିଲା । The post ବାତ୍ୟା ପୂର୍ବରୁ ପୁରୀରେ ମାଛ ମଡ଼କ l // welcome to utkal24news appeared first on UTKAL24NEWS.