ବାତ୍ୟାର ରୂପ ନେଇପାରେ ଲଘୁଚାପ, ୨ରେ ଛୁଇଁବ ଉପକୂଳ ! ୩ରୁ ବର୍ଷା

ଭୁବନେଶ୍ୱର,୨୯|୧୧: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱରର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ଏହା ଆସନ୍ତା ୨ ତାରିଖରେ ତାମିଲନାଡ଼ୁ ଉପକୂଳ ଛୁଇଁପାରେ । ଏତତ୍ ବ୍ୟତୀତ ଏହା ବାତ୍ୟା ରୂପ ମଧ୍ୟ ନେଇପାରେ । ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ପାଣିପାଗ ବିଭାଗର ସୂଚନାନୁସାରେ, ଓଡ଼ିଶାରେ ଏହି ଲଘୁଚାପ କିମ୍ବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଆସନ୍ତା ୩ ତାରିଖବେଳକୁ ଦକ୍ଷିଣ ଓଡ଼ିଶାରେ ପାଗ କୋହଲା ରହିବା ସହ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ରାଜ୍ୟରେ ଥଣ୍ଡା ବଢ଼ିଛି । ଆସନ୍ତା ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ଖସିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ସୋନପୁରର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଫୁଲବାଣୀ ୧୪.୫, କୋରାପୁଟ ୧୪.୬, ଭବାନୀପାଟଣା ୧୫ ଡିଗ୍ରୀ ସେଲସିୟସ୍‌ ଓ ଦାରିଙ୍ଗିବାଡ଼ି ୧୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।