ବୃଦ୍ଧ ଦମ୍ପତିଙ୍କ ଉପରେ କାର ଚଢ଼ାଇଦେଲେ ମହିଳା, ହସ୍ପିଟାଲରେ ପ୍ରଥମେ ସ୍ତ୍ରୀ ଏବଂ ପରେ ଆଖିବୁଜିଲେ ସ୍ବାମୀ

ନୂଆଦିଲ୍ଲୀ  ୭/୪:  ରାସ୍ତାରେ ଚାଲି ଚାଲି ବୃଦ୍ଧ ଦମ୍ପତି ଯାଉଥିବା ବେଳେ ହଠାତ ଆସିଲା ମୃତ୍ୟୁ। ଭିଜୁଆଲ ଦେଖିବା ପରେ ଲୋକେ ପଚାରୁଛନ୍ତି ସତରେ ଏମତି କଣ ମୃତ୍ୟୁ ଆସେ ? କେହି କିଛି ବୁଝିବା ଆଗରୁ କାର ପଛ ପଟୁ ଧକ୍କା ଦେଇଥିଲା। ପରେ ଦମ୍ପତିଙ୍କ ଉପରେ ଛଢ଼ି ଯାଇଥିଲା। ଏହି କାରକୁ ଚଳାଉଥିଲେ ଜଣେ ମହିଳା। କାର ଚଳାଉଥିବା ମହିଳାଙ୍କୁ ପୋଲିସ ଗିରଫ କରିଛି ସତ କିନ୍ତୁ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ୭୯ ବର୍ଷୀୟ ଡାକ୍ତର ଶାନ୍ତି ସୁରୂପ ଏବଂ ତାଙ୍କ ପତ୍ନୀ ୬୨ ବର୍ଷୀୟା ଅଞ୍ଜନା ଆରୋରା। ମିଳିଥିବା ସୂଚନା ଅନୁସାରେ ସ୍ବାମୀ,ସ୍ତ୍ରୀ ଦୁଇ ଜଣ ଦ୍ବାରକା ସେକ୍ଟର-୧୧ ସ୍ଥିତ ଅପ୍ପୁ ଏନକ୍ଲେଭ୍‌ରେ ରହୁଥିଲେ। ଅଭିଯୁକ୍ତ କାର ଚାଳକ ୨୮ ବର୍ଷୀୟା ଦୀପାକ୍ଷୀ ଚୌଧୁରୀ , ସେ ମଧ୍ୟରେ ଦ୍ବାରକା ଅଞ୍ଚଳରେ ରହୁଛନ୍ତି। ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା କରୁଥିବା ବେଳେ ଘଟଣାଟି ରବିବାର ଘଟିଛି। ସକାଳ ସମୟରେ ଦମ୍ପତି ରାସ୍ତାରେ ଚାଲି ଚାଲି କେଉଁଆ​‌ଡ଼େ ଯାଉଥିବା ବେଳେ କାରଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ଭିଡିଓରୁ ଜଣାପଡ଼ିଛି ଏହା ଖୁବ ଭୟଙ୍କର ଥିଲା। କାରଣ  କାରଟି ପ୍ରଥମେ ଧକ୍କା ଦେବା ପରେ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଏପରିକି ଦୁଇ ଜଣ କାର ତଳେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ବହୁ ପ୍ରୟାସ ପରେ ସ୍ବାମୀ-ସ୍ତ୍ରୀଙ୍କୁ କାର ତଳୁ ବାହାର କରିଥିଲେ। ତରବରିଆ ଭାବେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ପ୍ରଥମେ ସ୍ତ୍ରୀ ଏବଂ କିଛି ସମୟ ପରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ କାର ଚାଳକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦମ୍ପତିଙ୍କ  ପଡ଼ୋଶୀ ବୋଲି କୁହାଯାଉଛି। ସେ ଏକ ଏମଏନସିରେ କାର୍ଯ୍ୟ କରନ୍ତି।  