ବେଧଡ଼କ ଚାଲିଥିଲା ବାଲି ଓ ପଥର ଚୋରା ଚାଲାଣ, ମାଡିବସିଲା ଏନ୍‌ଫୋର୍ସମେଣ୍ଟ ଟିମ୍‌

ସାଲେପୁର ୨୬।୦୨ :  ବେଆଇନ୍‌ ବାଲି  ଓ ପଥର ବୋଝେଇ ହାଇଓ୍ୱା ଜବତ । କଟକ ଜିଲ୍ଲା ସାଲେପୁର ତହସିଲ ଅଧିନରେ ଥିବା ବିଭିନ୍ନ ସ୍ଥାନମାନଙ୍କୁ ଚଢାଉ କରି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢାଉ ବେଳେ ୮ଟି ହାଇଓ୍ୱା ଜବତ ହୋଇଛି । ଖବର ଅନୁଯାୟୀ, କଟକ ଜିଲ୍ଲା ସାଲେପୁରର ବିଭିନ୍ନ ସ୍ଥାନମାନଙ୍କ ବେଆଇନ୍‌ ଭାବେ ବାଲି ଓ ପଥର ଚାଲାଣ ହେଉଛି । ଯାହାର ଖବର ପାଇ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢାଉ କରିଥିଲା । ଏହି ଚଢାଉରେ ୬ଟି ବାଲି ଓ ୨ଟି ପଥର ବୋଝେଇ ହାଇଓ୍ୱା ଜବତ ହୋଇଛି । ସବୁ ଗାଡ଼ିକୁ ଜବତ କରି ଏନ୍‌ଫୋର୍ସମେଣ୍ଟ ଟିମ୍‌ ତହସିଲଦାରଙ୍କ ଜିମା ଦେଇଛି । ଜବତ ସମସ୍ତ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଥିବା ତହସିଲ ପକ୍ଷରୁ ସୂଚନା ମିଳିଛି ।