ବିଧବା ମହିଳା ଙ୍କୁ ଆବାସ ଯୋଗାଇବାକୁ ଦାବି

ବିଧବା ମହିଳା ଙ୍କୁ ଆବାସ ଯୋଗାଇବାକୁ ଦାବି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଖଲିବୋରେଇ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ରହୁଥିବା ଜଣେ ଗରିବ ବିଧବା ମହିଳା ଭଙ୍ଗା ଦଦରା ଘରେ ଜୀବନ ଯାପନ କରୁଥିବା ବେଳେ ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ହୋଇଛି । ସରକାରଙ୍କ ତରଫରୁ ଗରିବ ଅସହାୟ ମହିଳା,ବିଧବା ମହିଳା ଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦିଆଯାଉଥିବା ବେଳେ ଏଠାରେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗୋବିନ୍ଦପୁର ଗ୍ରାମର ସ୍ୱର୍ଗତ ଶମ୍ଭୁ ନାଏକଙ୍କ ପତ୍ନୀ କୈାଶଲ୍ୟା ବେଓ୍ୱ। ଜଣେ ଗରିବ ମହିଳା। ସ୍ୱାମୀ ଗତ ୨୦ ବର୍ଷ ତଳୁ ଆରପାରିକୁ ଚାଲିଯିବା ପରେ ଧାରଉଧାର କରି ତିନି ଝିଅଙ୍କୁ ବିବାହ କରି ଶାଶୁ ଘରକୁ ପଠାଇଛନ୍ତି। ଏବେ ସେ ଏକା। ନା ଆଗକୁ କିଏ ଅଛି ନା ପଛକୁ କିଏ। ସେ ଏକାକୀ ଗୋଟିଏ ଭଙ୍ଗା ଦଦରା ଚାଳ ଛପର ଘରେ ଭାଗ୍ୟକୁ ଆଦରି ରହୁଛନ୍ତି। ବଡ଼ ଦୁଃଖ ଆଉ ପରିତାପର ବିଷୟ କି କୈାଶଲ୍ୟା ବେଓ୍ୱ। ରହୁଥିବା ଘର ଘର ହେଇ ଆଉ ନାହିଁ। ସେ ଘରକୁ ଦେଖିଲେ ଯେ କୌଣସି ଲୋକ ଘଡ଼ିଏ ଅନାଇ ରହିବ । ସରକାରଙ୍କ ତରଫରୁ କେବଳ ୫ ଶହ ଟଙ୍କା ଭତ୍ତା ଏବଂ ତା ସହ ମାସକୁ ୫ କିଲୋ ଚାଉଳ ମିଳୁଛି। ଯାହା କି ସମୁଦ୍ରକୁ ଶଙ୍ଖେ ଭଳି। ସେତିକି ଚାଉଳରେ ସେ ଚଳିବା ଅସମ୍ଭବ ହୋଇପଡ଼ିଛି । ଘର ନଥିବାରୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଙ୍କ ପାଖକୁ ଘର ପାଇବା ଆଶାରେ ଦୈ।ଡି ଦୈ।ଡି ନୟାନ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳିନଥିବା ସେ କହିଛନ୍ତି। ବିଶେଷ କରି ସରପଞ୍ଚ ଙ୍କୁ ଘର ଟିଏ ପାଇଁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। କୈାଶଲ୍ୟା ଙ୍କୁ ଘର ସହ ଅନ୍ତୋଦୟ ଯୋଜନାରେ ସାମିଲ୍ କରିବାକୁ ଦାବି ହେଉଛି। ହିନ୍ଦୋଳ ରୁ ଦୀପକ ନାଏକଙ୍କ ରିପୋର୍ଟ Dreams rider.

ବିଧବା ମହିଳା ଙ୍କୁ ଆବାସ ଯୋଗାଇବାକୁ ଦାବି