ବନପାଳଙ୍କୁ ଧମକ ଦେଇ ୨ ଗିରଫ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବନାଚଂଳ ଅଧିନସ୍ତ ଫେଜ୍ ୨ ସେକସନର ବନପାଳଙ୍କୁ ହନୁମାନପୁର ଗ୍ରାମର ଦୁଇ ଜଣ ଅଭିଯୁକ୍ତ ସରକାରୀ କ୍ୱାର୍ଟରକୁ ପହଁଚି ଦାଦା ବଟି ମାଗିବା ନେଇ କଣିହାଁ ଥାନାରେ ବୁଧବାର ଅଭିଯୋଗ ହୋଇଛି। ଅଭିଯୁକ୍ତ ଦୁଇ ଜଣ ହେଲେ ହନୁମାନପୁର ଗ୍ରାମର ଚିନ୍ମୟ ସାହୁ ଓ ଦୁଷ୍ମନ୍ତ ସାହୁ । ସେକସନ୍ ୨ ବନପାଳ ହରେକୃଷ୍ଣ ଦେହୂରୀ (୫୭) ବୁଧବାର ରାତିରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ […]

ବନପାଳଙ୍କୁ ଧମକ ଦେଇ ୨ ଗିରଫ
ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବନାଚଂଳ ଅଧିନସ୍ତ ଫେଜ୍ ୨ ସେକସନର ବନପାଳଙ୍କୁ ହନୁମାନପୁର ଗ୍ରାମର ଦୁଇ ଜଣ ଅଭିଯୁକ୍ତ ସରକାରୀ କ୍ୱାର୍ଟରକୁ ପହଁଚି ଦାଦା ବଟି ମାଗିବା ନେଇ କଣିହାଁ ଥାନାରେ ବୁଧବାର ଅଭିଯୋଗ ହୋଇଛି। ଅଭିଯୁକ୍ତ ଦୁଇ ଜଣ ହେଲେ ହନୁମାନପୁର ଗ୍ରାମର ଚିନ୍ମୟ ସାହୁ ଓ ଦୁଷ୍ମନ୍ତ ସାହୁ । ସେକସନ୍ ୨ ବନପାଳ ହରେକୃଷ୍ଣ ଦେହୂରୀ (୫୭) ବୁଧବାର ରାତିରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ବେଳେ ଗୁରୁବାର ଅଭିଯୁକ୍ତ ଚିନ୍ମୟ ଓ ଦୁଷ୍ମନ୍ତକୁ ଗିରଫ କରି ଗୁ କୋର୍ଟଚାଲାଣ କରିଥିବା ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ସୂଚନା ଦେଇଛନ୍ତି। ବନପାଳ ଶ୍ରୀ ଦେହରୀଙ୍କ ଅଭିଯୋଗ ମୁତାବକ, ଗତକାଲି ସଂଧ୍ୟାରେ ହାତୀ ଘୋଉଡାବା ପାଇ କର୍ମଚାରୀଙ୍କୁ ନେଇ ନିଜ ସରକାରୀ ବାସଭବନରୁ ଡ୍ୟୁଟିକୁ ଯିବାକୁ ବାହାରିବା ବେଳେ ହନୁମାନପୁର ଗ୍ରାମର ଚିନ୍ମୟ ଓ ଦୁଷ୍ମନ୍ତ ମଦ୍ୟପାନ କରି ବାସଭବନକୁ ପଶି ଗାଳି ଗୁଲଜ କଲେ । କାମକୁ ଗଲା ବେଳେ ବାଧା ଦେଲେ ବନବିଭାଗ କାମକୁ ତୁ ଠିକ ସେ କରୁନାହିଁ, ବିଭାଗରୁ ଠକିକି ଖାଉଛୁ । ଏଣୁ ୨ହଜାର ଦାଦା ବଟି ଆମକୁ ଦେ ବୋଲି ଅଭିଯୁକ୍ତ ଦୁଇଜଣ ମାଗିଥିଲେ । ମୁଁ ଅଭିଯୁକ୍ତଙ୍କ କଥା ନମାନିବାରୁ ମତେ ଅଭଦ୍ର ଭାଷାରେ ଗାଳିଗୁଲଜ କଲେ । ଏବଂ ମତେ ଏରିଆରେ ରଖାଇଦେବେ ନାହିଁ ବୋଲି ଧମକ ଦେଲେ । ଠିକ୍ ସେତିକି ବେଳେ ମୋର ପାଟି ଶୁଣି ମୋ ସ୍ତ୍ରୀ ଆସିବାରୁ ତାଙ୍କୁ ମଧ୍ୟ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ ବୋଲି ଶ୍ରୀ ଦେହରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ପୁଲିସ୍‌ ଘଟଣାର ଅନୁସନ୍ଧାନ ଚଳାଇ ଥିବା ବେଳେ ୱାର୍ଲଡ଼ ହ୍ୟୁମାନରାଇଟସ୍‌ର ଜିଲ୍ଲା କୋଡ଼ିନେଟର କହି ଅଭିଯୁକ୍ତ ବନପାଳଙ୍କୁ ଧମକାଇ ଦାଦା ବଟି ଦାବୀ କରି ଧମକ ଦେବା ସହିତ ବନପାଳଙ୍କ ସ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ନେଇ ଆଇଆଇସି କହିଛନ୍ତି ।