ବିପଦରେ ଇଣ୍ଟରନେଟରେ ଉପଲବ୍ଧ ମାଗଣା ତଥ୍ୟ, ଜାଣନ୍ତୁ କାହିଁକି ଏମିତି କହିଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ବିପଦରେ ମାଗଣାରେ ଇଣ୍ଟରନେଟରେ ଉପଲବ୍ଧ ହେଉଥିବା ତଥ୍ୟ । ସୋମବାର ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ । ପିଚାଇ କହିଛନ୍ତି ବହୁ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ମୁକ୍ତ ଇଣ୍ଟରନେଟର ତଥ୍ୟକୁ ବ୍ୟାନ କରୁଛନ୍ତି । ସାକ୍ଷାତକାର ସମୟରେ ଗୁଗୁଲ୍ ମୁଖ୍ୟ କହିଛନ୍ତି ଯେ ଅନେକ ଦେଶ ସୂଚନା ପ୍ରବାହ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି  । ଇଣ୍ଟରନେଟରେ ଉପଲବ୍ଧ ଅନେକ ତଥ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ବ୍ୟାନ କରାଯାଉଛି ଯାହାଦ୍ୱାରା ଲୋକମାନେ […] The post ବିପଦରେ ଇଣ୍ଟରନେଟରେ ଉପଲବ୍ଧ ମାଗଣା ତଥ୍ୟ, ଜାଣନ୍ତୁ କାହିଁକି ଏମିତି କହିଲେ ସୁନ୍ଦର ପିଚାଇ appeared first on Odisha Bhaskar.

ବିପଦରେ ଇଣ୍ଟରନେଟରେ ଉପଲବ୍ଧ ମାଗଣା ତଥ୍ୟ, ଜାଣନ୍ତୁ କାହିଁକି ଏମିତି କହିଲେ ସୁନ୍ଦର ପିଚାଇ
ନୂଆଦିଲ୍ଲୀ: ବିପଦରେ ମାଗଣାରେ ଇଣ୍ଟରନେଟରେ ଉପଲବ୍ଧ ହେଉଥିବା ତଥ୍ୟ । ସୋମବାର ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ । ପିଚାଇ କହିଛନ୍ତି ବହୁ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ମୁକ୍ତ ଇଣ୍ଟରନେଟର ତଥ୍ୟକୁ ବ୍ୟାନ କରୁଛନ୍ତି । ସାକ୍ଷାତକାର ସମୟରେ ଗୁଗୁଲ୍ ମୁଖ୍ୟ କହିଛନ୍ତି ଯେ ଅନେକ ଦେଶ ସୂଚନା ପ୍ରବାହ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି  । ଇଣ୍ଟରନେଟରେ ଉପଲବ୍ଧ ଅନେକ ତଥ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ବ୍ୟାନ କରାଯାଉଛି ଯାହାଦ୍ୱାରା ଲୋକମାନେ ସଂପୂର୍ଣ୍ଣ ତଥ୍ୟ ପାଇବାରେୁ ବଞ୍ଚିତ ହେଉଛନ୍ତି । ଏପରି ହେବାଦ୍ୱାରା ଇଣ୍ଟରନେଟର ନିରପେକ୍ଷତା ସଙ୍କଟ ସମୟ ଦେଇ ଗତି କରୁଥିବା ମନେ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପ୍ରତ୍ୟେକ ଦେଶ କେଉଁ ବିଷୟ ଠିକ ଏବଂ କେଉଁ ବିଷୟକୁ ଅନୁମତି ଦିଆଯିବା ଉଚିତ ସେ ନେଇ ବିତର୍କ ଚାଲିଛି । ଅନେକ ଦେଶ ସୂଚନା ପ୍ରବାହକୁ ସୀମିତ ରଖିଛନ୍ତି ଏବଂ ଅଧିକ କଠୋର ନିୟମ ଲାଗୁ କରୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ ଆଉଟଲେଟଗୁଡିକ ଭାରତର ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ବିରୁଦ୍ଧରେ କୋର୍ଟରେ ଆବେଦନ କରିଥିବାବେଳେ ସୁନ୍ଦର ପିଚାଇ ଏହି ମନ୍ତବ୍ୟ ଦେଇଛନ୍ତି ।  ସୋସିଆଲ-ମିଡିଆରେ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ଏବଂ ସହଜରେ ପୋଷ୍ଟଗୁଡିକ ହଟାଇବା ପାଇଁ ଆଇନଗତ ଅନୁରୋଧ ଉପରେ ସଂସ୍ଥାଗୁଡ଼ିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶନାମା ରହିଛି, ଯାହା ମେ-ମାସରୁ ଲାଗୁ ହୋଇଛି । ଜୁନ୍ ୩୦ ରେ, ନିୟମ ଅନୁଯାୟୀ ଗୁଗୁଲ୍ ଏହାର ପ୍ରଥମ ମାସିକ ସ୍ୱଚ୍ଛତା ରିପୋର୍ଟ ପ୍ରକାଶ କଲା  । ତେବେ ଗତ ମାସରେ କମ୍ପାନୀ ଦିଲ୍ଲୀ ହାଇକୋର୍ଟରେ ଯୁକ୍ତି କରିଥିଲା ଯେ ଏହାର ସର୍ଚ୍ଚ ଇଞ୍ଜିନରେ ନୂଆ ଆଇଟି ନିୟମ ପ୍ରଯୁଜ୍ୟ ନୁହେଁ। ଜୁଲାଇ ୨୫ ରେ ପୁଣି ଏହି ମାମଲାର ଶୁଣାଣି ହେବ। The post ବିପଦରେ ଇଣ୍ଟରନେଟରେ ଉପଲବ୍ଧ ମାଗଣା ତଥ୍ୟ, ଜାଣନ୍ତୁ କାହିଁକି ଏମିତି କହିଲେ ସୁନ୍ଦର ପିଚାଇ appeared first on Odisha Bhaskar.