ବମ୍ବେ ହାଇକୋର୍ଟରେ ଅର୍ଣ୍ଣବଙ୍କ ଜାମିନ ଖାରଜ : କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୦/୧୧ : ବମ୍ବେ ହାଇକୋର୍ଟ ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ବାମୀଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ତେବେ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଆଶ୍ରୟ ନେଇଛନ୍ତି ଅର୍ଣ୍ଣବ । ଇଣ୍ଟରିଅର ଡିଜାଇନର ଅନଭୟ ନାଏକ ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ଘଟଣାରେ ସଂପୃକ୍ତି ଅଭିଯୋଗରେ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ଅନ୍ୟ ୨ଜଣ ଫିରୋଜ ସୈଖ ଏବଂ ନୀତିଶ ଶାରଦାଙ୍କୁ ଗିରଫ କରିଛି ଆଲିବାଗ ପୋଲିସ । ନଭେମ୍ବର ୪ ତାରିଖରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଅର୍ଣ୍ଣବ ଗୋସ୍ବାମୀ ।  ତେବେ ଅର୍ଣ୍ଣବ ଶନିବାର ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ସୁଦ୍ଧା ତାହାକୁ ଖାରଜ କରିଦେଇଛନ୍ତି କୋର୍ଟ । ଜାମିନ ପାଇଁ ପୁନଶ୍ଚ ସେସନ କୋର୍ଟରେ ଆବେଦନ କରିବାକୁ ଅର୍ଣ୍ଣବଙ୍କୁ କୋର୍ଟ କହିଛନ୍ତି । ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରାଯିବା ପରେ ଆଲିବାଗର ଏକ ସ୍କୁଲ ଯାହାକି କୋଭିଡ-୧୯ ସେଣ୍ଟର-କମ-ଜେଲରେ ପରିଣତ କରାଯାଇଥିଲା, ସେଠାରେ ତାଙ୍କୁ ନଭେମ୍ବର ୮ ଯାଏଁ ରଖାଯାଇଥାନ୍ତା । ତେବେ ବିଚାର ବିଭାଗୀୟ ହାଜତରେ ଥାଇ ମଧ୍ୟ ଅର୍ଣ୍ଣବ ଗୋସ୍ବାମୀ ମୋବାଇଲ ମାଧ୍ୟମରେ ସାମାଜିକ ଗଣମାଧ୍ୟମ ଫେସବୁକରେ ପ୍ରାୟ ୨ ଘଣ୍ଟା ଲାଇଭ ଭିଡିଓ କରିଥିଲେ । ସେଥିପାଇଁ ଅର୍ଣ୍ଣବଙ୍କୁ ସୋମବାର ସକାଳ ୯.୩୦ରେ ଆଲିବାଗରୁ ତାଜୋଲା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନାନ୍ତର ସମୟରେ ଆଲିବାଗ ଜେଲର ତାଙ୍କୁ ଦୁର୍ବ୍ୟବାହାର କରିଥିବା ଅର୍ଣ୍ଣବ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଦେବାକୁ କୋର୍ଟକୁ କୁହନ୍ତୁ । ଏମିତିକି ଓକିଲଙ୍କ ସହିତ କଥା ହେବାକୁ କହିବାରୁ ଜେଲର ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ଅର୍ଣ୍ଣବ ଗୋସ୍ବାମୀ ।