ବ୍ରାଣ୍ଡେଡ୍ କଲେଜ କିଛି ନ ଥାଏ, ପରିଶ୍ରମ ସହ ଶିକ୍ଷକଙ୍କ ଚେଷ୍ଟା ସଫଳ କରାଏ: ଯୁକ୍ତ ଦୁଇ କଳାର ସର୍ବୋଚ୍ଚ ମାର୍କ ରଖିଥିବା ପରୀକ୍ଷାର୍ଥୀ

ଭୁବନେଶ୍ୱର/ଯାଜପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଯୁକ୍ତ ୨ କଳା ପରୀକ୍ଷାରେ ସମୁଦାୟ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ତେବେ ଏଥର ଯୁକ୍ତ ଦୁଇ କଳାରେ ସର୍ବାଧିକ ମାର୍କ ରଖିଛନ୍ତି ସମ୍ଭାବନା ସାହୁ | ଯାଜପୁରର ପାଣିକୋଇଲିର ତାରିଣୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ଛାତ୍ରୀ ସମ୍ଭାବନା ୯୧ ପ୍ରତିଶତ ମାର୍କ ରଖିଛନ୍ତି, ଯାହାକି ରାଜ୍ୟରେ ସର୍ବାଧିକ ବୋଲି ଜଣାପଡିଛି | ସେ […]

ବ୍ରାଣ୍ଡେଡ୍ କଲେଜ କିଛି ନ ଥାଏ, ପରିଶ୍ରମ ସହ ଶିକ୍ଷକଙ୍କ ଚେଷ୍ଟା ସଫଳ କରାଏ: ଯୁକ୍ତ ଦୁଇ କଳାର ସର୍ବୋଚ୍ଚ ମାର୍କ ରଖିଥିବା ପରୀକ୍ଷାର୍ଥୀ
ଭୁବନେଶ୍ୱର/ଯାଜପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଯୁକ୍ତ ୨ କଳା ପରୀକ୍ଷାରେ ସମୁଦାୟ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ତେବେ ଏଥର ଯୁକ୍ତ ଦୁଇ କଳାରେ ସର୍ବାଧିକ ମାର୍କ ରଖିଛନ୍ତି ସମ୍ଭାବନା ସାହୁ | ଯାଜପୁରର ପାଣିକୋଇଲିର ତାରିଣୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ଛାତ୍ରୀ ସମ୍ଭାବନା ୯୧ ପ୍ରତିଶତ ମାର୍କ ରଖିଛନ୍ତି, ଯାହାକି ରାଜ୍ୟରେ ସର୍ବାଧିକ ବୋଲି ଜଣାପଡିଛି | ସେ ସମୁଦାୟ ୬୦୦ରୁ ୫୪୬ ନମ୍ବର ରଖିଥିବାବେଳେ ଭବିଷ୍ୟତରେ କଣ ଲକ୍ଷ୍ୟ ରହିଛି ସେ ବାବଦରେ ସମ୍ବାଦ ଡଟ ଇନକୁ କହିଥିଲେ | ସମ୍ଭାବନାଙ୍କ କହିବା ମୁତାବକ ଶିକ୍ଷୟତ୍ରୀ ହେବାର ଛୋଟବେଳୁ ସେ ସ୍ବପ୍ନ ଦେଖିଛନ୍ତି | ଯେଉଁଠି ପାଇଁ ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ପାଇବା ପରେ ସେ ଯୁକ୍ତ ଦୁଇ କଳା ପଢିବାକୁ ଇଚ୍ଛା ପ୍ରକାଶ କରିଥିଲେ | ଦୈନିକ ୭ରୁ ୮ ଘଣ୍ଟା ପଢୁଥିବାବେଳେ ତାଙ୍କ ବାପା ଜଣେ ବେସରକାରୀ କର୍ମଚାରୀ ହୋଇଥିବାବେଳେ ମାତା ଜଣେ ଗୃହିଣୀ | ସମ୍ଭାବନାଙ୍କ କହିବା କଥା ଯେ ବ୍ରାଣ୍ଡ ଥିବା କଲେଜରେ ପାଠ ପଢିଲେ ହିଁ ଜଣେ ସଫଳତା ପାଇବ ସେମିତି କିଛି ନାହିଁ, ନିଜର ପରିଶ୍ରମ ସହ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଚେଷ୍ଟା ହିଁ ଜଣକୁ ସଫଳ କରାଏ | ଘରେ ବାପା-ମା, ବଡ ଭାଇ ଓ ଶିକ୍ଷକ-ଶିକ୍ଷୟତ୍ରୀ ସବୁବେଳେ ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଉଥିଲେ | ଯୁକ୍ତ ଦୁଇରେ ରାଜନୀତି ବିଜ୍ଞାନ, ଇଂରାଜୀ, ଅର୍ଥଶାସ୍ତ୍ର, ତର୍କଶାସ୍ତ୍ର, ସଂସ୍କୃତ ବିଷୟ ରଖି ସେ ପଢ଼ିଥିବାବେଳେ ସଫଳ ଶିକ୍ଷୟତ୍ରୀ ହେବାକୁ ସମ୍ଭାବନା ଚେଷ୍ଟିତ ଅଛନ୍ତି | ସୂଚନା ଥାଉ କି ଚଳିତ ବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ କଳା ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୋଟ ୯୬ ହଜାର ୯୨୧ ଜଣ ଛାତ୍ରଙ୍କ ମଧ୍ୟରୁ ୫୭.୫୩ ପ୍ରତିଶତ ଅର୍ଥାତ ୫୫ ହଜାର ୭୫୬ ଜଣ ପାସ୍‌ କରିଛନ୍ତି। ୧ ଲକ୍ଷ ୨୨ ହଜାର ୭୯୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୫.୪୮ ପ୍ରତିଶତ ଅର୍ଥାତ ୯୨ ହଜାର ୬୮୬ ଜଣ ପାସ କରିଛନ୍ତି।