ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବି ଚାଲିପାରିଲାନି ବିଧାନସଭା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର ୬।୧୨: ଲଗାତର ପଞ୍ଚମ ଦିନରେ ଚାଲିପାରିଲାନି ଗୃହ । ପୁଣି ଅଚଳ ହେଲା ବିଧାନସଭା । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେପଟେ ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଶାସକ ଦଳ ସଦସ୍ୟ ପ୍ରତିବାଦ କରିଛନ୍ତି । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ନମିଳିବା, ପାଇକମାନଙ୍କୁ କଳାକାରର ମାନ୍ୟତା ନମିଳିବାରୁ ବିରୋଧ କରିଛି ବିଜେଡି ।  କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜେଡି ସଦସ୍ୟ ହୋହଲ୍ଲା କରିଥିଲେ ।