ବିରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ଡାକରା, ୪ ଦଫା ଦାବି ନେଇ କଂଗ୍ରେସର ଆନ୍ଦୋଳନ

ସୋନପୁର ୦୨।୦୮: ଆଜି ସୋନପୁର ଜିଲ୍ଲା ବିରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ଡାକରା। ୪ ଦଫା ଦାବି ନେଇ କଂଗ୍ରେସର ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସୋନପୁର ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବୀରମହାରାଜପୁର ବ୍ଲକ୍ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା, ବୀରମହାରାଜପୁରକୁ ସହରକୁ ଏନଏସି ମାନ୍ୟତା ଦିଆଯିବା ସହ ପ୍ରସ୍ତାବିତ ଦେଉଳି ଓ ବାଉଁଶୁଣି ମଧ୍ୟରେ ମହାନଦୀ ସେତୁ ଓ ବହୁ ପ୍ରତୀକ୍ଷିତ ଗୁରୁବାଲି ଯୋରରେ ଆନିକଟ ଓ ହରିହର ଯୋର ବାମପାର୍ଶ୍ବ କେନାଲ ନିର୍ମାଣ ଦାବି ନେଇ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀମାନେ ବିରାମହାରାଜ ପୁର ଛକରେ ରାସ୍ତା ଅବରୋଧ କରିଛନ୍ତି। ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି।ଫଳରେ ଦୋକାନ ବଜାର ବନ୍ଦ ରହିଛି। ଫଳରେ ସୋନପୁର-ବିରମହାରାଜପୁର ଓ ବିରମହାରାଜପୁର-ରେଢ଼ା ଖୋଲ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।