ବ୍ରହ୍ମପୁର: ଠିପି ବନ୍ଦ ମଦ ଦୋକାନକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର୧୫/୧: ବ୍ରହ୍ମପୁର ଖୋଡ଼ାସିଙ୍ଗି ନିକଟରେ ଥିବା ଏକ ବିଦେଶୀ ଠିପି ବନ୍ଦ ଦୋକାନରେ ଆଜି ଜିଲ୍ଲା ପ୍ରାଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ନିୟମ ଉଲଙ୍ଘନ ସହ ମଦ ଦୋକାନରେ ଭିଡ ସାଙ୍ଗକୁ ଦୋକାନ ପରିସରରେ ମଦୁଆଙ୍କ ଆସର ଦେଖିବାକୁ ମିଳିଥିଲା। ଏହାସହ ମଦ ଦୋକାନ ମଦୁଆମାନେ ଠିଆ ହୋଇ ମଦ ପିଇବା ସାଙ୍ଗକୁ ସେଠାରେ ଥିବା ଚାଖଣା ଦୋକାନରେ ଭିଡ ଜମାଇଥିଲେ। ଏହା ଉପରେ ବହୁଦିନ ପୂର୍ବରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିଥିଲା।ଏହି  ମଦ  ଦୋକାନ ଉପରେ ଅତର୍କିତ ଭାବେ ଚଢ଼ାଉ କରି ମଦ ଦୋକାନଟିକୁ ସିଲ୍ କରି ଦିଆଯାଇଛି। ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କିର୍ତ୍ତି ମାଲେଶ୍ବର ପାତ୍ର, ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟ୍ ଅଫିସର ଶ୍ବେତ କୁମାର ଦାସ, ତହସିଲଦାର ସିପନ କୁମାର ପାତ୍ର, ସହକାରୀ ଜିଲ୍ଲାପାଳ ଡି ମାଲେଶ୍ବର ପାତ୍ର ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରମଚନ୍ଦ୍ର ବେହେରା ଓ ଅଶ୍ବିନୀ ଦାସଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମଦ ଦୋକାନକୁ ସିଲ୍ କରାଯାଇଥିଲା।