ବାସନ ମାଜୁଥିବା ବେଳେ ଧକ୍କା ଦେଲା କାର୍ , ମହିଳାଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ

ପାଟଣା ୧୪।୦୭: ମହିଳାଙ୍କ ଉପରେ ଚଢ଼ିଗଲା କାର, କ୍ଷତିପୂରଣ ଓ ବାଇପାସ୍ ଦାବିରେ ରାସ୍ତାରୋକ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ନମ୍ୱର ରାଜପଥ ଧାନବେଣୀ ନିକଟରେ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି କମଳା ମହାନ୍ତ। ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ  ଘର ସମ୍ମୁଖରେ  ବସି  ବାସନ ମାଜୁଥିବା ବେଳେ କରଞ୍ଜିଆ ପଟୁ ପାଟଣା ଆଡ଼କୁ ଯାଉଥିବା ଏକ କାର ମହିଳାଙ୍କ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ହିଁ […]

ବାସନ ମାଜୁଥିବା ବେଳେ ଧକ୍କା ଦେଲା କାର୍ , ମହିଳାଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ
ପାଟଣା ୧୪।୦୭: ମହିଳାଙ୍କ ଉପରେ ଚଢ଼ିଗଲା କାର, କ୍ଷତିପୂରଣ ଓ ବାଇପାସ୍ ଦାବିରେ ରାସ୍ତାରୋକ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ନମ୍ୱର ରାଜପଥ ଧାନବେଣୀ ନିକଟରେ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି କମଳା ମହାନ୍ତ। ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ  ଘର ସମ୍ମୁଖରେ  ବସି  ବାସନ ମାଜୁଥିବା ବେଳେ କରଞ୍ଜିଆ ପଟୁ ପାଟଣା ଆଡ଼କୁ ଯାଉଥିବା ଏକ କାର ମହିଳାଙ୍କ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖାଦେଇଛି ।   କ୍ଷତିପୂରଣ ଓ ବାଇପାସ ଦାବିରେ ୨୨୦ନମ୍ବର ରାଜପଥ ଧାନବେଣୀ ନିକଟରେ ଉତ୍ୟକ୍ତ ଲୋକେ  ରାସ୍ତାରୋକ କରିଛନ୍ତି ।  ଦୁର୍ଘଟଣା ଘଟାଇ ଗାଡି ଘଟଣାସ୍ଥଳରୁ ଫେରାର ହେଇଯାଇଛି ।