ବାହାର ବ୍ୟକ୍ତି ହୋଇପାରିବେ ଟାଟା ଟ୍ରଷ୍ଟର ମୁଖ୍ୟ: ରତନ ଟାଟା

ନୂଆଦିଲ୍ଲୀ,୨୧।୭: ଟାଟା ଟ୍ରଷ୍ଟ ଉପରେ ଟାଟା ପରିବାରର କୌଣସି ବିଶେଷ ଅଧିକାର ନାହିଁ। ଭବିଷ୍ୟତରେ କୌଣସି ବାହାର ବ୍ୟକ୍ତି ଏହାର ମଙ୍ଗ ସମ୍ଭାଳିପାରିବେ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ନିକଟରେ ସୁପ୍ରିମକୋର୍ଟଙ୍କୁ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ମୁଁ ଟ୍ରଷ୍ଟର ଅଧ୍ୟକ୍ଷ ରହିଛି। ଭବିଷ୍ୟତରେ ଅନ୍ୟ କେହି ମଧ୍ୟ ଅଧ୍ୟକ୍ଷ ଭାର ସମ୍ଭାଳି ପାରିବେ। ଏହା ଜରୁରୀ ନୁହେଁ ତାଙ୍କର ନାମ ସହ ଟାଟା ଲାଗିଥିବ। ଜଣେ ବ୍ୟକ୍ତି ବିଶେଷଙ୍କ ଜୀବନ ଏକ ନିର୍ଦ୍ଦିଷ୍ଟ […] The post ବାହାର ବ୍ୟକ୍ତି ହୋଇପାରିବେ ଟାଟା ଟ୍ରଷ୍ଟର ମୁଖ୍ୟ: ରତନ ଟାଟା appeared first on Dharitri Odia News.

ବାହାର ବ୍ୟକ୍ତି ହୋଇପାରିବେ ଟାଟା ଟ୍ରଷ୍ଟର ମୁଖ୍ୟ: ରତନ ଟାଟା
ନୂଆଦିଲ୍ଲୀ,୨୧।୭: ଟାଟା ଟ୍ରଷ୍ଟ ଉପରେ ଟାଟା ପରିବାରର କୌଣସି ବିଶେଷ ଅଧିକାର ନାହିଁ। ଭବିଷ୍ୟତରେ କୌଣସି ବାହାର ବ୍ୟକ୍ତି ଏହାର ମଙ୍ଗ ସମ୍ଭାଳିପାରିବେ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ନିକଟରେ ସୁପ୍ରିମକୋର୍ଟଙ୍କୁ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ମୁଁ ଟ୍ରଷ୍ଟର ଅଧ୍ୟକ୍ଷ ରହିଛି। ଭବିଷ୍ୟତରେ ଅନ୍ୟ କେହି ମଧ୍ୟ ଅଧ୍ୟକ୍ଷ ଭାର ସମ୍ଭାଳି ପାରିବେ। ଏହା ଜରୁରୀ ନୁହେଁ ତାଙ୍କର ନାମ ସହ ଟାଟା ଲାଗିଥିବ। ଜଣେ ବ୍ୟକ୍ତି ବିଶେଷଙ୍କ ଜୀବନ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ରହିଥିବା ବେଳେ ମାତ୍ର ସଂସ୍ଥାର କାମ ଆଗକୁ ଜାରି ରହିବ। ମିସ୍ତ୍ରି ପରିବାରର କମ୍ପାନୀ ସାଇରସ୍‌ ଇନ୍‌ଭେଣ୍ଟମେଣ୍ଟ ଦ୍ୱାରା ଜାରି କରାଯାଇଥିବା ଏକ ମାମଲାର ପକ୍ଷ ରଖି ଟାଟା କହିଛନ୍ତି, ଟାଟା ସନ୍ସର ମୁଖ୍ୟ ପଦବୀ ଲାଗି ଟାଟା ପରିବାରର ମଧ୍ୟ ବିଶେଷ ଅଧିକାର ନାହିଁ। ଟାଟା ଟ୍ରଷ୍ଟର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଯୋଜନା ବର୍ତ୍ତମାନ ଧାର୍ଯ୍ୟ ହେଉଥିବା ବେଳେ ଏଭଳି ସ୍ଥିତିରେ ରତନ ଟାଟାଙ୍କ ଏହି କଥା ଅନେକ ଗୁରୁତ୍ୱ ବହନ କରେ। ଏଥିଲାଗି ଏକ କମିଟି ଆଗାମୀ ପନ୍ଥା ନେଇ ବିଚାରକରିପାରେ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। The post ବାହାର ବ୍ୟକ୍ତି ହୋଇପାରିବେ ଟାଟା ଟ୍ରଷ୍ଟର ମୁଖ୍ୟ: ରତନ ଟାଟା appeared first on Dharitri Odia News.