ବଡ଼ ଖବର: ବଜାରରେ ମିଳିବ କରୋନା ଔଷଧ, କିଣିବାକୁ ହେଲେ ଜାଣନ୍ତୁ ସର୍ତ୍ତ

ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ଔଷଧ ସାଧାରଣରେ ବିକ୍ରି ପାଇଁ ଡ଼ିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଅନୁମତି ମିଳିବା ପରେ ଏଣିକି ବଜାରରେ କରୋନା ଔଷଧ ଉପଲବ୍ଧ ହେବ । କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ୍ ବିକ୍ରିକୁ ଅନୁମତି ମିଳିଛି । ରେମଡ଼େସିଭିର ଇଞ୍ଜେକ୍ସନ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସପ୍ରିପ୍ସନ […] The post ବଡ଼ ଖବର: ବଜାରରେ ମିଳିବ କରୋନା ଔଷଧ, କିଣିବାକୁ ହେଲେ ଜାଣନ୍ତୁ ସର୍ତ୍ତ appeared first on Odisha Bhaskar.

ବଡ଼ ଖବର: ବଜାରରେ ମିଳିବ କରୋନା ଔଷଧ, କିଣିବାକୁ ହେଲେ ଜାଣନ୍ତୁ ସର୍ତ୍ତ
ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ଔଷଧ ସାଧାରଣରେ ବିକ୍ରି ପାଇଁ ଡ଼ିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଅନୁମତି ମିଳିବା ପରେ ଏଣିକି ବଜାରରେ କରୋନା ଔଷଧ ଉପଲବ୍ଧ ହେବ । କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ୍ ବିକ୍ରିକୁ ଅନୁମତି ମିଳିଛି । ରେମଡ଼େସିଭିର ଇଞ୍ଜେକ୍ସନ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସପ୍ରିପ୍ସନ ଥିଲେ କରୋନା ଔଷଧ କିଣିହେବ ବୋଲି ସୂଚନା ମିଳିଛି । ସେହିପରି ଔଷଧ ବିକ୍ରି ପୂର୍ବରୁ ଦୋକାନୀ ରୋଗୀଙ୍କ ପ୍ରେସକ୍ରିପସନର ଫଟୋ କପି ରଖିବେ । ରୋଗୀ କିମ୍ବା ସମ୍ପର୍କୀୟଙ୍କ ପରିଚୟପତ୍ର ରଖିବା ବାଧ୍ୟତାମୂଳକ ହେବ । ଏହାସହ ଗ୍ରାହକଙ୍କ ବାସସ୍ଥାନ ପ୍ରମାଣ ପତ୍ର ରଖିବା ବାଧ୍ୟତାମୂଳକ କରାଯାଇଛି । କେବଳ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ରେମଡ଼ିସିଭିର ଇଞ୍ଜେକ୍ସନ ବିକ୍ରି ହେବ । କୌଣସି ରୋଗୀ କିମ୍ବା ସମ୍ପର୍କୀୟ ସିଧାସଳଖ ଇଞ୍ଜେକ୍ସନ କିଣିପାରିବେ ନାହିଁ ବୋଲି ସର୍ତ୍ତ ଲାଗୁ ହୋଇଛି । The post ବଡ଼ ଖବର: ବଜାରରେ ମିଳିବ କରୋନା ଔଷଧ, କିଣିବାକୁ ହେଲେ ଜାଣନ୍ତୁ ସର୍ତ୍ତ appeared first on Odisha Bhaskar.