ବଡ଼ ମେଡିକାଲରେ କରୁଣ ଦୃଶ୍ୟ : ୮୦ ବର୍ଷର ବୃଦ୍ଧାଙ୍କ ଶବ ନିକଟରେ ଅସହାୟ ୮୩ ବର୍ଷୀୟ ସ୍ବାମୀ

କଟକ: ଚୌଦ୍ବାର ମୁଣ୍ଡମାଳ ଅଞ୍ଚଳର ଗୋବିନ୍ଦ ବାରିକ (୮୩) ଓ ସ୍ତ୍ରୀ ମୀନା(୮୦)। ଦୁଇଜଣ ଭିକ୍ଷାବୃତ୍ତି କରି ପେଟ ପୋଷନ୍ତି। ହେଲେ କିଛି ମାସ ତଳେ ମୀନା ଟ୍ରକ ଧକ୍କାରେ ଆହତ ହୋଇଥିଲେ। ଫଳରେ ଚିକିତ୍ସା ପାଇଁ ସ୍ବାମୀ ଗୋବିନ୍ଦ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇ ଆସିଥିଲେ। ଦୀର୍ଘ ୧ ମାସ ହେଲା ଚିକିତ୍ସା ଚାଲିଥିବା ବେଳେ ଆଜି ସକ‌ାଳେ ମୀନାଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଅସହାୟ ଅବସ୍ଥାରେ ସେଠାରେ ବସି ରହିଥିଲେ ଗୋବିନ୍ଦ। କ’ଣ […] The post ବଡ଼ ମେଡିକାଲରେ କରୁଣ ଦୃଶ୍ୟ : ୮୦ ବର୍ଷର ବୃଦ୍ଧାଙ୍କ ଶବ ନିକଟରେ ଅସହାୟ ୮୩ ବର୍ଷୀୟ ସ୍ବାମୀ first appeared on Sambad.

ବଡ଼ ମେଡିକାଲରେ କରୁଣ ଦୃଶ୍ୟ : ୮୦ ବର୍ଷର ବୃଦ୍ଧାଙ୍କ ଶବ ନିକଟରେ ଅସହାୟ ୮୩ ବର୍ଷୀୟ ସ୍ବାମୀ
କଟକ: ଚୌଦ୍ବାର ମୁଣ୍ଡମାଳ ଅଞ୍ଚଳର ଗୋବିନ୍ଦ ବାରିକ (୮୩) ଓ ସ୍ତ୍ରୀ ମୀନା(୮୦)। ଦୁଇଜଣ ଭିକ୍ଷାବୃତ୍ତି କରି ପେଟ ପୋଷନ୍ତି। ହେଲେ କିଛି ମାସ ତଳେ ମୀନା ଟ୍ରକ ଧକ୍କାରେ ଆହତ ହୋଇଥିଲେ। ଫଳରେ ଚିକିତ୍ସା ପାଇଁ ସ୍ବାମୀ ଗୋବିନ୍ଦ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇ ଆସିଥିଲେ। ଦୀର୍ଘ ୧ ମାସ ହେଲା ଚିକିତ୍ସା ଚାଲିଥିବା ବେଳେ ଆଜି ସକ‌ାଳେ ମୀନାଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଅସହାୟ ଅବସ୍ଥାରେ ସେଠାରେ ବସି ରହିଥିଲେ ଗୋବିନ୍ଦ। କ’ଣ କରିବେ ବାଟ ପାଇ ନ ଥିଲେ। ଏ ସଂପର୍କରେ ଖବର ପାଇ ସମାଜସେବୀ ଅଭିମନ୍ୟୁ ଦାସ, ପୁଲିସ ଓ ଅନ୍ୟ ସହଯୋଗୀଙ୍କ ସହାୟତାରେ ଖାନ୍‌ନଗର ଶ୍ମଶାନକୁ ନେଇ ଶବ ସତ୍କାର କରିଥିଲେ। ବୃଦ୍ଧ ଗୋବିନ୍ଦ ପତ୍ନୀଙ୍କୁ ମୁଖାଗ୍ନି ଦେଇଥିଲେ।The post ବଡ଼ ମେଡିକାଲରେ କରୁଣ ଦୃଶ୍ୟ : ୮୦ ବର୍ଷର ବୃଦ୍ଧାଙ୍କ ଶବ ନିକଟରେ ଅସହାୟ ୮୩ ବର୍ଷୀୟ ସ୍ବାମୀ first appeared on Sambad.