ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା RI

କର୍ଲାମୁଣ୍ଡା, ୨୩ା୪ (ଓଡିଶା ଭାସ୍କର): ଭିଜିଲାନ୍ସରେ ଫଶିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) । କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କର୍ଲାମୁଣ୍ଡାର ଆରଆଇ ରମେଶ ବରାଳ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, ଏକ ଜମିର ଡିମାରକେସନ ଓ ନକ୍ସା କରାଇଦେବା ପାଇଁ ରମେଶ ଜମି ମାଲିକ ବିରଞ୍ଚି ଚୌଧୁରୀଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଫଳରେ ଏନେଇ ବିରଞ୍ଚି କଳାହାଣ୍ଡି ଜିଲା ଭିଜିଲାନ୍ସ ଡିଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ […] The post ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା RI appeared first on Odisha Bhaskar.

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା RI
କର୍ଲାମୁଣ୍ଡା, ୨୩ା୪ (ଓଡିଶା ଭାସ୍କର): ଭିଜିଲାନ୍ସରେ ଫଶିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) । କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କର୍ଲାମୁଣ୍ଡାର ଆରଆଇ ରମେଶ ବରାଳ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, ଏକ ଜମିର ଡିମାରକେସନ ଓ ନକ୍ସା କରାଇଦେବା ପାଇଁ ରମେଶ ଜମି ମାଲିକ ବିରଞ୍ଚି ଚୌଧୁରୀଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଫଳରେ ଏନେଇ ବିରଞ୍ଚି କଳାହାଣ୍ଡି ଜିଲା ଭିଜିଲାନ୍ସ ଡିଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପାଇବା ପରେ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ରମେଶ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ରମେଶଙ୍କୁ ଧରିଥିଲା । ତେବେ ଭିଜିଲାନ୍ସ ଟିମ୍ ରମେଶଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଥିବା ଜଣାପଡ଼ିଛି । The post ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା RI appeared first on Odisha Bhaskar.