ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ ଉଦ୍‌ଘାଟନ ହେଲା ଜିଲ୍ଲା ପୁନର୍ବାସ କେନ୍ଦ୍ର

ଭଦ୍ରକ, ୧୮/୦୩: ଭଦ୍ରକ ଜିଲ୍ଲା ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର ପରିସରରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଉଦ୍‌ଘାଟନ ହୋଇଛି । ଭଦ୍ରକ ଜିଲ୍ଲା ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଦ୍ୱାରା ଏହି କେନ୍ଦ୍ରକୁ ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ କରାଯାଇଥିବା ଜଣାପଡ଼ିଛି । ଏହି କେନ୍ଦ୍ର ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ନିର୍ମାଣ କରାଯାଇଛି । ଉକ୍ତ କେନ୍ଦ୍ର ଭିନ୍ନକ୍ଷମ ମାନଙ୍କୁ ଥଇଥାନ କରିବା ଦିଗରେ ବିଶେଷଭାବରେ କାର୍ଯ୍ୟ କରିବ । ପୂର୍ବରୁ ଓଡିଶାରେ ଏହିପରି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ୮ଟି ଜିଲ୍ଲାରେ କାର୍ଯ୍ୟ କରୁଥିଲା ବେଳେ ଏହି ବର୍ଷ ଆଉ ୨ଟି ଜିଲ୍ଲାରେ ଯଥା- ଢ଼େଙ୍କାନାଳ ଓ ଭଦ୍ରକରେ ଖୋଲାଯାଇଥିବା ସୂଚନା ମିଳିଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଥଇଥାନ କରିବା ପାଇଁ ସରକାର ଏକ ବିହୀତ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହିଭଳି ଭଦ୍ରକ ସହରର ସହିଦ ସ୍ମୃତି ଭବନଠାରେ ୧ ହଜାର ଲିଟର କ୍ଷମତା ବିଶିଷ୍ଟ ସେସପୁଲ ଗାଡିକୁ ଉଦ୍‌ଘାଟନ କରାଯାଇଛି । ଏହା ସହ ଦିବ୍ୟାଙ୍ଗ ମାନଙ୍କୁ ତିନି ଚକିଆ ଗାଡି ସହ ହିତାଧିକାରୀଙ୍କୁ ଭତ୍ତା ଓ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।