ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ : ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତ ୨୩୩/୬, ଚମକିଲେ କୋହଲି, ନିରାଶ କଲେ ପୃଥ୍ବୀ

ଆଡିଲେଡ୍ ୧୭/୧୨ : ପିଙ୍କ୍ ବଲରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ମ୍ୟାଚ୍ ଜାରି ରହିଛି । ପ୍ରଥମ ଦିନ ଉଭୟ ଟିମ ପ୍ରାୟତଃ ସମାନ ପ୍ରଦର୍ଶନ କରିଛନ୍ତି । ଧିମା ଆରମ୍ଭ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ୨୩୩/୬ ରନ କରିଛି । କୋହଲିଙ୍କ ଚମତ୍କାର ବ୍ୟାଟିଂ ବଳରେ ଏକ ସମ୍ମାନଜନତ ସ୍ଥିତିରେ ପହଞ୍ଚିଛି ଭାରତ । https://twitter.com/7Cricket/status/1339431663852511234?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1339431663852511234%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Findia-tour-of-australia%2Faustralia-vs-india-1st-test-at-adelaide-day-1-match-highlights%2Farticleshow%2F79777304.cms ଅଧିନାୟକ ବିରାଟ କୋହଲି (୭୪ରନ୍) ଅର୍ଦ୍ଧ ଶତକୀୟ ଇଂନିସ୍ ଖେଳିଛନ୍ତି । କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ୮୮ ରନର ପାର୍ଟନରସିପ୍‌ ହୋଇଛି । ଏହା ବାଦ ଚେତେଶ୍ବର ପୂଜାରାଙ୍କ ଉପଯୋଗୀ ୪୩ ରନ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛି । ସେହିପରି ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ୪୨ ରନ କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ମିଚେଲ୍ ମାର୍ସ ୨ଟି ଓ୍ବିକେଟ୍ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୋଶ୍‌ ହେଜେଲଉଡ, ପ୍ୟାଟ୍ କମିନସ୍ ଏବଂ ନାଥାନ ଲାୟନ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।   ଆଡିଲେଡରେ ଖେଳାଯାଉଥିବା ଦିବା-ରାତ୍ର ମ୍ୟାଚରେ ଧିମା ଆରମ୍ଭ କରିଥିଲା ଭାରତ । ବଡ ସ୍କୋର କରିପାରିନଥିଲେ ମଧ୍ୟ ଏକ ସମ୍ମାନଜନକ ସ୍ଥିତିରେ ଅଛି ଭାରତ । ରିଦ୍ଧିମାନ ଶାହା ୯ ଏବଂ ରବିଚନ୍ଧ୍ରନ୍ ଅଶ୍ବିନ ୧୫ ରନ କରି ନଟ୍ଆଉଟ ଅଛନ୍ତି । ଅଧିନାୟକ ବିରାଟ କୋହଲି ୧୨୩ ବଲରୁ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ତାଙ୍କ କ୍ୟାରିୟର ୨୩ତମ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ପ୍ରଥମ ପାଳିରେ ଯୁବ ଓପନର ପୃଥ୍ବୀ ସ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଓପନର ମୟଙ୍କ ଅଗ୍ରଓ୍ବାଲ ୧୭ରନ ରକିବାକୁ ସକ୍ଷମ ହୋଇଛନ୍ତି ।   