‘ଭାରତ ବନ୍ଦ’ ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ସାକ୍ଷାତ କଲେ କିଛି କୃଷକ ସଂଗଠନ, କହିଲେ- ନୂଆ କୃଷି ନିୟମ କାଏମ ରହୁ
ନୂଆଦିଲ୍ଲୀ ୦୭/୧୨: ନୂଆ କୃଷି ନିୟମ ପତ୍ୟାହାର ଦାବିରେ ଦିଲ୍ଲୀ ବର୍ଡରରେ ଗର୍ଜୁଛନ୍ତି ହଜାର ହଜାର ଚାଷୀ। ଆନ୍ଦୋଳନକୁ ତୀବ୍ର କରିବା ଲକ୍ଷ୍ୟରେ ମଙ୍ଗଳବାର ଭାରତ ବନ୍ଦ ଡାକରା ମଧ୍ୟ ଦେଇଛି ବିଭିନ୍ନ କୃଷି ସଂଗଠନ । ଭାରତ ବନ୍ଦ ଡାକରାକୁ ବିଭିନ୍ନ ଦଳ ସମର୍ଥନ କରିଥିବା ସହ ଏହାକୁ ସଫଳ କରିବାକୁ ଘୋଷଣା ମଧ୍ୟ କରିଛନ୍ତି। ଠିକ୍ ଏହାରି ଭିତରେ କୃଷି ନିୟମ ପ୍ରତ୍ୟାହାର ପ୍ରସଙ୍ଗରେ ଟ୍ବିଷ୍ଟ ଦେଖିବାକୁ ମିଳିଛି।
ଭାରତ ବନ୍ଦର ପୂର୍ବ ରାତିରେ ହରିୟାଣାର କିଛି କୃଷକ ସଂଗଠନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସାକ୍ଷାତ କରିଛିନ୍ତି। ନୂଆ କୃଷି ନିୟମକୁ ସମର୍ଥନ କରିବା ସହ ନୂଆ ନିୟମକୁ ରଦ୍ଦ ନକରିବା ପାଇଁ ଜ୍ଞାପନ ମଧ୍ୟ ଦେଇଥିବା ଜଣାପଡ଼ିଛି। ହରିୟାଣାର ପ୍ରଗତିଶୀଳ କୃଷକ ସଂଗଠନର ପ୍ରତିନିଧିମାନେ କୃଷି ମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି।
କୃଷକ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ବ ଦିଆଯାଉ କିନ୍ତୁ ନୂଆ କୃଷି ନିୟମ କାଏମ ରହୁ ବୋଲି ପ୍ରଗତିଶୀଳ କୃଷକ ସଂଗଠନ ପ୍ରତିନିଧି ଦାବି କରିଛନ୍ତି। ପିଏଫଓ ଓ ପ୍ରଗତିଶୀଳ କୃଷକ ସଂଗଠନ କହିଛି ଆମେ ଏମଏସ୍ପି ଓ ମଣ୍ଡି ବ୍ୟବସ୍ଥା ଜାରି କରିବା ସପକ୍ଷରେ ଅଛୁ।
ବିରୋଧ କରୁଥିବା କୃଷକମାନଙ୍କୁ ଭୁଆଁ ବୁଲାଯାଉଛି। ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏମଏସପି ଓ ମଣ୍ଡି ବ୍ୟବସ୍ଥା ପୂର୍ବଭଳି ରହିବ ବୋଲି ସୋନିପତ ପ୍ରଗତିଶୀଳ କୃଷକ ସଂଗଠନ ଅଧ୍ୟକ୍ଷ କମ୍ବଳ ଚୌହାନ କହିଥିବା ସୂଚନା ମିଳିଛି। ଏହା ସହ ପ୍ରଧାନମନ୍ତ୍ରୀ ମୋଦି ନୂଆ କୃଷି ଆଇନ୍ ଓ ଅନ୍ୟ ଯୋଜନା ମାଧ୍ୟମରେ କୃଷି କ୍ଷେତ୍ରରେ ଘରୋଇ ନିବେଶ ବୃଦ୍ଧି କରିବାକୁ ଚାହୁଁଛନ୍ତି। କ୍ଷେତରୁ ଆମଦାନୀ ବୃଦ୍ଧି ହେବା ଜରୁରୀ। କୃଷି ନିୟମ କୃଷକଙ୍କ ଭଲ ପାଇଁ ହୋଇଛି। ଏଥିରେ କୃଷକଙ୍କୁ ଲାଭ ମିଳିବ। ଘରୋଇ ନିବେଶ ମାଧ୍ୟମରେ ରୋଜଗାର ବଢ଼ିବ ବୋଲି ହରିୟାଣାର ଏହି କୃଷକ ସଂଗଠନ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ କହିଛନ୍ତି।