‘ଭାରତ ବନ୍ଦ’ରେ ସାମିଲ ହେବେନି ବ୍ୟାଙ୍କ୍ ୟୁନିୟନ

ନୂଆଦିଲ୍ଲୀ – କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ବିଭିନ୍ନ କୃଷକ ସଂଗଠନ ମଙ୍ଗଳବାର ଭାରତବନ୍ଦ ଡାକରା ଦେଇଛନ୍ତି । ‘ଭାରତବନ୍ଦ’ରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟ ସାମିଲ ହେବେ । କିନ୍ତୁ ଦେଶର ବିଭିନ୍ନ ବ୍ୟାଙ୍କ୍ ୟୁନିୟନ୍ ‘ଭାରତବନ୍ଦ’ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେମାନେ ଆନ୍ଦୋଳନରତ ଚାଷୀଙ୍କ ପ୍ରତି ନୈତିକ ସମର୍ଥନ ଜଣାଇଛନ୍ତି । ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (ଏଆଇବିଓସି) ମହାସଚିବ ସୌମ୍ୟ ଦତ୍ତା କହିଛନ୍ତି ଯେ, […] The post ‘ଭାରତ ବନ୍ଦ’ରେ ସାମିଲ ହେବେନି ବ୍ୟାଙ୍କ୍ ୟୁନିୟନ appeared first on The News Room.

‘ଭାରତ ବନ୍ଦ’ରେ ସାମିଲ ହେବେନି ବ୍ୟାଙ୍କ୍ ୟୁନିୟନ
ନୂଆଦିଲ୍ଲୀ – କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ବିଭିନ୍ନ କୃଷକ ସଂଗଠନ ମଙ୍ଗଳବାର ଭାରତବନ୍ଦ ଡାକରା ଦେଇଛନ୍ତି । ‘ଭାରତବନ୍ଦ’ରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟ ସାମିଲ ହେବେ । କିନ୍ତୁ ଦେଶର ବିଭିନ୍ନ ବ୍ୟାଙ୍କ୍ ୟୁନିୟନ୍ ‘ଭାରତବନ୍ଦ’ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେମାନେ ଆନ୍ଦୋଳନରତ ଚାଷୀଙ୍କ ପ୍ରତି ନୈତିକ ସମର୍ଥନ ଜଣାଇଛନ୍ତି । ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (ଏଆଇବିଓସି) ମହାସଚିବ ସୌମ୍ୟ ଦତ୍ତା କହିଛନ୍ତି ଯେ, ଆନ୍ଦୋଳନରତ ଚାଷୀଙ୍କ ପ୍ରତି ଆମର ସମର୍ଥନ ରହିଛି । କିନ୍ତୁ ସେମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ‘ଭାରତ ବନ୍ଦ’ରେ ଆମେ ଅଂଶଗ୍ରହଣ କରିବୁନି । ସେହିପରି ଅଲ ଇଣ୍ଡିଆ ବ୍ୟାଙ୍କ୍ ଏମ୍ପେ୍ଲାଇଜ୍ ଆସୋସିଏସନ୍ (ଏଆଇବିଇଏ) ମହାସଚିବ ସିଏଚ୍ ଭେଙ୍କଟଚଲମ୍ କହିଛନ୍ତି, ‘ଭାରତ ବନ୍ଦ’ରେ ସେମାନଙ୍କ ସଂଘ ସାମିଲ ହେବେ ନାହିଁ, ହେଲେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜାରି ରହିବ । ଏଆଇବିଇଏର ସବୁ ସଦସ୍ୟ ଚାଷୀଙ୍କ ସମର୍ଥନରେ ଆସନ୍ତାକାଲି ‘କଳାବ୍ୟାଜ୍‌’ ପିନ୍ଧି ଅଫିସ୍ ଯିବେ । ସେମାନେ ଅଫିସ କାର୍ଯର୍୍ୟ ଆଗରୁ କିମ୍ବା ପରେ ବ୍ୟାଙ୍କ୍ ଆଗରେ ପ୍ଲାକାର୍ଡ ଧରି ଧାରଣା ଦେବେ । ବ୍ୟାଙ୍କିଙ୍ଗ୍ ସେବା ଯେଭଳି ପ୍ରଭାବିତ ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଭେଙ୍କଟଚଲମ୍ କହିଛନ୍ତି । The post ‘ଭାରତ ବନ୍ଦ’ରେ ସାମିଲ ହେବେନି ବ୍ୟାଙ୍କ୍ ୟୁନିୟନ appeared first on The News Room.