ଭାରତର RAWକୁ ଫସାଇବାକୁ ଚାହୁଁଥିଲା ଆତଙ୍କୀ ଦେଶ ପାକିସ୍ତାନ, କୋର୍ଟରେ ନିଜ ହୀନ ଚକ୍ରାନ୍ତରେ ବିଫଳ ହେଲା

ନୂଆଦିଲ୍ଲୀ : ଆତଙ୍କର ଆକା ପାକିସ୍ତାନ ଭାରତକୁ ବଦନାମ କରିବା ପାଇଁ ଯେତେ ହୀନ ଉଦ୍ୟମ କଲେ ମଧ୍ୟ ତାର ଅସଲ ମୁଖା ସର୍ବଦା ଦୁନିଆ ସାମ୍ନାରେ ଚାଲି ଆସୁଛି । କରାଚିରେ ଚୀନ ବାଣିଜ୍ୟ ଦୂତାବାସରେ ହୋଇଥିବା ଆତଙ୍କୀ ହମଲାରେ ପାକିସ୍ତାନ ଭାରତକୁ ଫସାଇବାକୁ ଷଡଯନ୍ତ୍ର ରଚୁଥିଲା । ମାତ୍ର ଏହି ଆତଙ୍କୀ ଦେଶ ନିଜ ଉଦ୍ଦେଶ୍ୟରେ ସଫଳ ହୋଇ ପାରିନାହିଁ । ୨୦୧୮ ନଭେମ୍ବରରେ କରାଚି ସ୍ଥିତ ଚୀନ ବାଣିଜ୍ୟ ଦୂତାବାସ ଉପରେ ହୋଇଥିବା […] The post ଭାରତର RAWକୁ ଫସାଇବାକୁ ଚାହୁଁଥିଲା ଆତଙ୍କୀ ଦେଶ ପାକିସ୍ତାନ, କୋର୍ଟରେ ନିଜ ହୀନ ଚକ୍ରାନ୍ତରେ ବିଫଳ ହେଲା appeared first on Odisha Bhaskar.

ଭାରତର RAWକୁ ଫସାଇବାକୁ ଚାହୁଁଥିଲା ଆତଙ୍କୀ ଦେଶ ପାକିସ୍ତାନ, କୋର୍ଟରେ ନିଜ ହୀନ ଚକ୍ରାନ୍ତରେ ବିଫଳ ହେଲା
ନୂଆଦିଲ୍ଲୀ : ଆତଙ୍କର ଆକା ପାକିସ୍ତାନ ଭାରତକୁ ବଦନାମ କରିବା ପାଇଁ ଯେତେ ହୀନ ଉଦ୍ୟମ କଲେ ମଧ୍ୟ ତାର ଅସଲ ମୁଖା ସର୍ବଦା ଦୁନିଆ ସାମ୍ନାରେ ଚାଲି ଆସୁଛି । କରାଚିରେ ଚୀନ ବାଣିଜ୍ୟ ଦୂତାବାସରେ ହୋଇଥିବା ଆତଙ୍କୀ ହମଲାରେ ପାକିସ୍ତାନ ଭାରତକୁ ଫସାଇବାକୁ ଷଡଯନ୍ତ୍ର ରଚୁଥିଲା । ମାତ୍ର ଏହି ଆତଙ୍କୀ ଦେଶ ନିଜ ଉଦ୍ଦେଶ୍ୟରେ ସଫଳ ହୋଇ ପାରିନାହିଁ । ୨୦୧୮ ନଭେମ୍ବରରେ କରାଚି ସ୍ଥିତ ଚୀନ ବାଣିଜ୍ୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧିତ ଏକ ମାମଲାରେ ଭାରତର ଭୂମିକା ଥିବା ଅଭିଯୋଗ କରି ପାକିସ୍ତାନ ଏହାକୁ ପ୍ରମାଣିତ କରିବାକୁ ହୀନ ପ୍ରୟାସ ଚଳାଇଥିଲା । ହେଲେ ଏଥିରେ ସେ ବିଫଳ ହୋଇଛି । ଏହି ଆତଙ୍କୀ ଆକ୍ରମଣରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା । ଦ ନ୍ୟୁଜ୍ ଇଂଟରନ୍ୟାସନାଲର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦାଖଲ କରିଥିବା ଚାର୍ଜସିଟରେ ଅଭିଯୋଗ କରିଥିଲା ଯେ, ପାକିସ୍ତାନ ଓ ଚୀନ ସଂପର୍କରେ ଫାଟ ସୃଷ୍ଟି କରିବା ଏବଂ ଚୀନ-ପାକିସ୍ତାନ ଇକୋନୋମିକ କରିଡର ପ୍ରକଳ୍ପରେ ବାଧା ଦେବା ପାଇଁ ଭାରତ ନିଜ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ର ସହିତ ମିଶି ବିଦ୍ରୋହୀ ଗୋଷ୍ଠୀ ବଲୁଚ ଲିବେରେସନ ଆର୍ମି(ବିଏଲଏ) ଦ୍ୱାରା ଚୀନର ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କରିଥିଲା । ହେଲେ ଏଟିସି-ସପ୍ତମ ଜଜ ପାକିସ୍ତାନ ସରକାରଙ୍କ ଏହି ଚାର୍ଜସିଟ୍‌୍‌୍‌କୁ ପ୍ରଭାବଶାଳୀ ନଥିବା କହିଛନ୍ତି । ଏଥିରେ ଆହୁରି ତଦନ୍ତର ଆବଶ୍ୟକତା ଥିବା କହିଛନ୍ତି । କୋର୍ଟ ଆଦେଶ ଦେଇଛନ୍ତି ଯେ, ଅଭିଯୋଗକାରୀଙ୍କ ଜୁଲାଇ ୭ରେ ଅଦାଲତରେ ହାଜର ହେବା ନେଇ ପ୍ରଥମେ ସୁନିଶ୍ଚିତ କରାଯାଉ । କାରଣ ସେ ଗତ ଚାରୋଟି ଶୁଣାଣିରେ କୋର୍ଟରେ ହାଜର ହୋଇ ନାହାନ୍ତି । ଅନ୍ୟପଟେ କୋର୍ଟ ଏହି ମାମଲାରେ ଚଳିତ ବର୍ଷ ଜାନୁଆରୀରେ ପାଂଚ ଜଣଙ୍କୁ ଅସ୍ତ୍ର ଶସ୍ତ୍ର ଓ ଅର୍ଥ ଯୋଗାଇବା ଏବଂ ଆତଙ୍କୀଙ୍କୁ ଆଶ୍ରୟ ଦେବା ଅପରାଧରେ ଦୋଷୀ ସାବ୍ୟସ୍ତ କରି ସାରିଛନ୍ତି । ଫଳରେ ଆତଙ୍କୀ ପାକିସ୍ତାନ ଭାରତକୁ ବଦନାମ କରିବାର ହୀନ ଚକ୍ରାନ୍ତ ପୁଣି ଥରେ ପଣ୍ଡ ହୋଇଛି । ସୂଚନାଯୋଗ୍ୟ, ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ସହ ତିନି ଆତଙ୍କବାଦୀ ୨୦୧୮ ନଭେମ୍ବରରେ କରାଚିର କ୍ଲିଫଟନ ସ୍ଥିତ ଚୀନ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସୁରକ୍ଷାକର୍ମୀ ଏବଂ ଭିସା ପାଇଁ ଆସିଥିବା ଲୋକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ପରେ ଆକ୍ରମଣକାରୀଙ୍କ ଚିହ୍ନଟ ଅବଦୁଲ ରଜାକ, ରଇସ ବଲୁଚ ଓ ଅଜଲ ବଲୁଚ ରୂପେ ହୋଇଥିଲା । ତିିନି ଆତଙ୍କବାଦୀ ପୋଲିସ ଏନକାଉଂଟରେ ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଗୋଳା-ବାରୁଦ ଓ ବିସ୍ଫୋରକ ଜବତ କରାଯାଇଥିଲା । ଏମାନଙ୍କୁ ସାହାଯ୍ୟ କରିଥିବା ଅନ୍ୟ ପାଂଚ ଆରୋପିଙ୍କୁ ଗିରଫ କରାଯାଇଥିଲା । ସମସ୍ତେ କୋର୍ଟରେ ବିଚାରପତିଙ୍କ ସାମ୍ନାରେ ନିଜ ଦୋଷ ସ୍ୱୀକାର କରିଥିଲେ ।   The post ଭାରତର RAWକୁ ଫସାଇବାକୁ ଚାହୁଁଥିଲା ଆତଙ୍କୀ ଦେଶ ପାକିସ୍ତାନ, କୋର୍ଟରେ ନିଜ ହୀନ ଚକ୍ରାନ୍ତରେ ବିଫଳ ହେଲା appeared first on Odisha Bhaskar.