ଭାରତରେ ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ କଷ୍ଟସାଧ୍ୟ କାହିଁକି; ନିଜ ପୁସ୍ତକରେ ଉତ୍ତର ରଖିଲେ ମାରୁତି ସୁଜୁକି ଅଧ୍ୟକ୍ଷ

ନୂଆଦିଲ୍ଲୀ,୬।୭ : ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ମାନୁଫାକଚରିଂର ଯୋଗଦାନ ୧୫% ରହିଛି। ଏଭଳି ସ୍ଥିତିରେ ଚାଇନା ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମାନୁଫାକଚରିଂ ଉପରେ ନିର୍ଭର କରିଥାଏ। ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଉକ୍ତ ଦେଶର ସାମଗ୍ରୀ ବର୍ଜନ କରିବାକୁ ଜୋରଦାର ପ୍ରୟାସ ହୋଇଛି। ଭାରତକୁ ଚାଇନା ଭଳି ମାନୁଫାକଚରିଂ ହବ୍‌ରେ ରୂପାନ୍ତରିତ କରିବା ଲାଗି ମଧ୍ୟ ପ୍ରୟାସ ହୋଇଛି। ଭାରତ ଯଦି ଏହି ଲକ୍ଷ୍ୟ ହାସଲ କରିନିଏ […] The post ଭାରତରେ ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ କଷ୍ଟସାଧ୍ୟ କାହିଁକି; ନିଜ ପୁସ୍ତକରେ ଉତ୍ତର ରଖିଲେ ମାରୁତି ସୁଜୁକି ଅଧ୍ୟକ୍ଷ appeared first on Dharitri Odia News.

ଭାରତରେ ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ କଷ୍ଟସାଧ୍ୟ କାହିଁକି; ନିଜ ପୁସ୍ତକରେ ଉତ୍ତର ରଖିଲେ ମାରୁତି ସୁଜୁକି ଅଧ୍ୟକ୍ଷ
ନୂଆଦିଲ୍ଲୀ,୬।୭ : ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ମାନୁଫାକଚରିଂର ଯୋଗଦାନ ୧୫% ରହିଛି। ଏଭଳି ସ୍ଥିତିରେ ଚାଇନା ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମାନୁଫାକଚରିଂ ଉପରେ ନିର୍ଭର କରିଥାଏ। ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଉକ୍ତ ଦେଶର ସାମଗ୍ରୀ ବର୍ଜନ କରିବାକୁ ଜୋରଦାର ପ୍ରୟାସ ହୋଇଛି। ଭାରତକୁ ଚାଇନା ଭଳି ମାନୁଫାକଚରିଂ ହବ୍‌ରେ ରୂପାନ୍ତରିତ କରିବା ଲାଗି ମଧ୍ୟ ପ୍ରୟାସ ହୋଇଛି। ଭାରତ ଯଦି ଏହି ଲକ୍ଷ୍ୟ ହାସଲ କରିନିଏ ତେବେ ଦେଶରେ ନିଯୁକ୍ତି ସୁଯୋଗ ସହ ରପ୍ତାନି ମଧ୍ୟ ବଢିବ। ହେଲେ ଭାରତକୁ ମାନୁଫାକଚରିଂ ହବ୍‌ ଭାବେ ରୂପାନ୍ତରିତ କରିବା ବହୁ କଷ୍ଟସାଧ୍ୟ ବ୍ୟାପାର ବୋଲି ମାରୁତି ସୁଜୁକି ଇଣ୍ଡିଆ ଅଧ୍ୟକ୍ଷ ଆର୍‌.ସି.ଭାର୍ଗବ ମତପ୍ରକାଶ କରିଛନ୍ତି। ନିଜ ଲିଖିତ ପୁସ୍ତକ ‘ଗେଟିଂ କମ୍ପିଟିଟିଭ ଏ ପ୍ରାକ୍ଟିସନର୍ସ ଗାଇଡ ଫର ଇଣ୍ଡିଆ’ରେ ଭାର୍ଗବ କହିଛନ୍ତି ଯେ, ଅତ୍ୟାଧୁନିକ ଚାଇନା ନିର୍ମାଣ ହେବାରେ ବେଶି ସମୟ ଲାଗି ନାହିଁ। ଚାଇନାର କାହାଣୀର ମାତ୍ର ୩ ଦଶନ୍ଧି ହେବ। ସେଠାକାର ସରକାରଙ୍କ ବିଚାରଧାରା କିଛି ଭିନ୍ନ ରହିଥିଲେ ମଧ୍ୟ ବଢୁଥିବା ବେରୋଜଗାରୀକୁ ନଜରରେ ରଖି ନିବେଶ ଲାଗି ଦ୍ୱାର ଖୋଲିବା ପଦକ୍ଷେପ ନିଆଗଲା। ନିବେଶକଙ୍କୁ ଅନୁକୂଳ ହେଉଥିବା ସବୁ ପଦକ୍ଷେପ ନେବାକୁ ସେଠାକାର ସରକାର ଅଗ୍ରାଧିକାର ଦେଲେ। ଲୋକଙ୍କୁ ରୋଜଗାର ମିଳୁଥିବାରୁ ଚାଇନାର ବ୍ୟବସ୍ଥା ବିରୋଧରେ ଲୋକ ଗଲେ ନାହିଁ। ଦେଖୁ ଦେଖୁ ଚାଇନା ବିଶ୍ୱର ପ୍ରମୁଖ ମାନୁଫାକଚରିଂ ହବରେ ରୂପାନ୍ତରିତ ହେଲା। ଗୋଟିଏ କଥାରୁ ଚାଇନାର ଶକ୍ତି ବିଷୟରେ ଅନୁମାନ ଲଗାଇ ହେବ। କରୋନା ଆରମ୍ଭ ହେବା ବେଳେ ସାରା ଦୁନିଆର ଯୋଗାଣ ଚେନ୍‌କୁ ଶକ୍ତ ଧକ୍କା ଲାଗିଲା। କାରଣ ଏହି ଦେଶ ସାରା ବିଶ୍ୱକୁ ସାମଗ୍ରୀ ଯୋଗାଣ କରିବାରେ ଏକ ବୃହତ୍ତ ଅଂଶ ହାସଲ କରିଛି। ଭାର୍ଗବ ପୁଣି କହିଛନ୍ତି, ସାମାଜିକ ଦୃଷ୍ଟିକୋଣରୁ ଭାରତରେ ଏକ ଉଚିତ ସମାଜ ଗଠନ କରିବା ବହୁ କଠିନ କାମ। କାରଣ ଦେଶ ସ୍ବାଧୀନ ହେବାର ସାତ ଦଶନ୍ଧି ପରେ ମଧ୍ୟ ଭାରତ ଏକ ଔଦ୍ୟୋଗିକ ଦେଶ ହେବାକୁ ସକ୍ଷମ ହୋଇ ପାରିନାହିଁ। ଏହାଦ୍ୱାରା ଦେଶ ମଧ୍ୟରେ ସମସ୍ୟା ବଢିଗଲା। ଧନୀ ଏବଂ ଗରିବଙ୍କ ମଧ୍ୟରେ ସମସ୍ୟା ବୃଦ୍ଧି ପାଇ ଚାଲିଲା। ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହା ଦ୍ୱାରା ବଜାରରେ ପ୍ରତିଦ୍ୱନ୍ଦ୍ୱିତା, ମାନୁଫାକଚରିଂ ଏବଂ ସାମାଜିକ ନ୍ୟାୟ ଭିତ୍ତିକ ସମାଜ ପ୍ରତିଷ୍ଠା କରିବା ଲାଗି ଅନୂକୂଳ ହୋଇପାରିଲା ନାହିଁ। ମାନୁଫାକଚରିଂ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଆଣିବା ଲାଗି ବହୁ ପଥ ଅତିକ୍ରାନ୍ତ କରିବାକୁ ହେବ। ସାମାଜିକ ଏବଂ ଆର୍ଥତ୍କ ଦୂରତ୍ୱ ହାସଲ କରିବା ଏକ ବଡ ସ୍ବପ୍ନ ଭାବେ ଉଭା ହୋଇଛି। ମାତ୍ର ଭାରତ ବଜାରକୁ ନେଇ ଭାର୍ଗବ ଆଶାବାଦୀ ରହିଛନ୍ତି। ସମସ୍ୟା ଯାହା ବି ହେଉ ଯାହା ଆମେ ହାସଲ କରିବାକୁ ଆଜିଯାଏ ସକ୍ଷମ ହୋଇନେ ସେହି ଦିଗରେ ବଢିବା ଜରୁରୀ। କିଛି ବି ହାସଲ କରାଯାଇପାରେ। ଦେଶକୁ ମାନୁଫାକଚରିଂ ହବ୍‌ ଭାବେ ଗଢିତୋଳିବା ଲାଗି ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ ବୋଲି ଭାର୍ଗବ ଆହ୍ବାନ ଜଣାଇଛନ୍ତି। ସରକାର ଏବଂ ଉଦ୍ୟୋଗ ଜଗତ ଏହି କାମ ଏକାକି କରିପାରିବ ନାହିଁ। ଏଥିରେ ପ୍ରତି ବ୍ୟକ୍ତିଙ୍କର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। The post ଭାରତରେ ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ କଷ୍ଟସାଧ୍ୟ କାହିଁକି; ନିଜ ପୁସ୍ତକରେ ଉତ୍ତର ରଖିଲେ ମାରୁତି ସୁଜୁକି ଅଧ୍ୟକ୍ଷ appeared first on Dharitri Odia News.