ଭାରତୀୟ ପ୍ରଫେସରଙ୍କ ଦାବି-ଗଛରେ ଥିବା ରାସାୟନିକ ତତ୍ତ୍ୱ କରୋନା ଭାଇରସକୁ ନଷ୍ଟ କରିପାରିବ

ନୂଆଦିଲ୍ଲୀ ୦୬/୦୯ : କରୋନା ଭାଇରସ ଦୁନିଆକୁ ଆସିବାର ପାଖାପାଖି ୯ ମାସ ହେଲାଣି | କିନ୍ତୁ ଏହି ଭୟାବହ ଭାଇରସ ସହ ଲଢ଼ିବାକୁ ଏଯାଏଁ କୌଣସି ପ୍ରଭାବିତ ଔଷଧ କିମ୍ବା ଟୀକା ବାହାରି ପାରିନାହିଁ | ଦୁନିଆର ଅନେକ ବୈଜ୍ଞାନିକ ଭାଇରସ ଟୀକା ପ୍ରସ୍ତୁତ କରିବାରେ ଗବେଷଣା ଜାରି ରଖିଛନ୍ତି | ଭାରତର ଦୁଇଟି ୟୁନିଭର୍ସିଟି କରୋନା ସମ୍ବନ୍ଧରେ ନୂଆ ଗବେଷଣା କରୁଛନ୍ତି | ବୈଜ୍ଞାନିକ ଦାବି କରିଛନ୍ତି ଯେ, ଗଛରେ ଥିବା ରାସାୟନିକ ତତ୍ୱ ଏହି ଭାଇରସକୁ ମାତ ଦେବାରେ ସକ୍ଷମ | ଗୁରୁ ଗୋବିନ୍ଦ ସିଂହ ୟୁନିଭର୍ସିଟି ଏବଂ ପଞ୍ଜାବ ୟୁନିଭର୍ସିଟିର ଦୁଇ ଜଣ ପ୍ରଫେସର ଏହି ଗବେଷଣା କରିଛନ୍ତି | ପଞ୍ଜାବ ୟୁନିଭର୍ସିଟିର ସେଣ୍ଟର ଅଫ ବାୟୋଲୋଜି ସିଷ୍ଟମ୍ସର ଚେୟାରମ୍ୟାନ ଡାକ୍ତର ଅଶୋକ କୁମାର ଏବଂ ଗୁରୁ ଗୋବିନ୍ଦ ସିଂହ ୟୁନିଭର୍ସିଟିର ଡାକ୍ତର ସୁରେଶ କୁମାରଙ୍କ କହିବାନୁଯାୟୀ, ଗଛରେ ପାଖାପାଖି ୫୦ ଏହିଭଳି ପାୟାଥୋକେମିକାଲ ରହିଛି ଯାହା ଭାଇରସକୁ ସମାପ୍ତ କରିପାରିବ | ପାୟାଥୋକେମିକାଲ ଗଛ ଯାହା ଗଛର ଚେର, ପତ୍ର, ଫଳ, ପରିବା ଏବଂ ଉଦ୍ଭିଦ ଜାତୀୟ ଗଛର ଅନ୍ୟାନ୍ୟ ଭାଗରେ ଥାଏ | ଏହି ରାସାୟନିକ ତତ୍ୱକୁ କେମିକାଲ ପ୍ରୟାସରୁ ବାହାର କରାଯାଇପାରିବ | ପରେ ଏହାକୁ ବ୍ୟବହାର କରାଯାଇ ପାରିବ | ଗବେଷଣାରୁ ଜଣାପଡିଛି ଯେ ଏହି ପାୟାଥୋକେମିକାଲ ଅନେକ ଭାଇରସ ଓ ବ୍ୟାକ୍ଟେରିଆ ଆଟାକରୁ ରକ୍ଷା କରିପାରିବେ | ଡାକ୍ତର ସୁରେଶଙ୍କ ଅନୁଯାୟୀ, ଗବେଷଣାରେ ଜଣାପଡିଛି ଯେ, ରାସାୟନିକ ତତ୍ୱ କରୋନା ଭାଇରସର ପ୍ରୋଟିନ ଉପରେ ହମଲା କରି ତାକୁ ରୋକିଛି | ଯଦି କରୋନାର ପ୍ରୋଟିନ କୌଣସି ଅନ୍ୟ ତତ୍ୱ ସହ ପ୍ରୋସେସ କରିବାରେ ନିଷ୍କ୍ରିୟ ତାହେଲେ ସଂକ୍ରମଣ ବିପଦ ମନକୁ ଶେଷ ହୋଇଯିବ | ତେବେ ଏହି ପରୀକ୍ଷଣ ବର୍ତ୍ତମାନ କମ୍ପ୍ୟୁଟରରେ କରାଯାଇଛି | ଆଗକୁ ବନ୍ୟଜନ୍ତୁ ଓ ମାନବ ଉପରେ ଏହି ପରୀକ୍ଷଣ କରାଯିବ | ଏହାପରେ ଏହା କେତେ ପ୍ରଭାବଶାଳୀ ତାହା ସଠିକ ଜଣାପଡିବ | କରୋନା ଉପରେ ଏହି ଗବେଷଣା ସେପ୍ଟେମ୍ବର ୩ ତାରିଖରେ ଅନ୍ତରାଷ୍ଟ୍ରୀୟ ଜେନେରାଲ ଫାଇଟୋମେଡ଼ିସିନରେ ମଧ୍ୟ ପ୍ରକାଶିତ ହୋଇଛି | 