ମେଗା ପାନୀୟଜଳ ପ୍ରକଳ୍ପ ବିବାଦ; ଶଙ୍ଖ, ହୁଳହୁଳିରେ କମ୍ପିଲା ପଠା

ରାଜକନିକା: ଶଙ୍ଖ, ହୁଳହୁଳିରେ କମ୍ପିଥିଲା ପଠା। ମଶାଲ, ଦୀପ ଆଲୁଅରେ ଝଲସି ଉଠିଥିଲା ନଦୀ ସ୍ରୋତ । ଖରସ୍ରୋତାକୁ ଧୂପ, ଦୀପ, ଫୁଲ ଦେଇ ପୂଜିଥିଲେ ଶହଶହ ମହିଳା। ଏମିତି ଢଙ୍ଗରେ ପ୍ରସ୍ତାବିତ ମେଗା ପାଣି ପ୍ରକଳ୍ପକୁ ବିରୋଧ କରିଥିଲେ ସେମାନେ । ସୂଚନା ଥାଉ କି, ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ ଜାରି ରହିଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ରୀତିମତ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଉଛି। ନାନା କାର୍ଯ୍ୟକ୍ରମ ଜରିଆରେ […] The post ମେଗା ପାନୀୟଜଳ ପ୍ରକଳ୍ପ ବିବାଦ; ଶଙ୍ଖ, ହୁଳହୁଳିରେ କମ୍ପିଲା ପଠା first appeared on Sambad.

ମେଗା ପାନୀୟଜଳ ପ୍ରକଳ୍ପ ବିବାଦ; ଶଙ୍ଖ, ହୁଳହୁଳିରେ କମ୍ପିଲା ପଠା
ରାଜକନିକା: ଶଙ୍ଖ, ହୁଳହୁଳିରେ କମ୍ପିଥିଲା ପଠା। ମଶାଲ, ଦୀପ ଆଲୁଅରେ ଝଲସି ଉଠିଥିଲା ନଦୀ ସ୍ରୋତ । ଖରସ୍ରୋତାକୁ ଧୂପ, ଦୀପ, ଫୁଲ ଦେଇ ପୂଜିଥିଲେ ଶହଶହ ମହିଳା। ଏମିତି ଢଙ୍ଗରେ ପ୍ରସ୍ତାବିତ ମେଗା ପାଣି ପ୍ରକଳ୍ପକୁ ବିରୋଧ କରିଥିଲେ ସେମାନେ । ସୂଚନା ଥାଉ କି, ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ ଜାରି ରହିଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ରୀତିମତ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଉଛି। ନାନା କାର୍ଯ୍ୟକ୍ରମ ଜରିଆରେ ପ୍ରକଳ୍ପ ବନ୍ଦ ପାଇଁ ସରକାର ଉପରେ ଚାପ ପକାଯାଉଛି। ପ୍ରତୀକ ଧାରଣା, ମାନବ ଶୃଙ୍ଖଳ, ମହିଳା ସମାବେଶ, ଜଳ ସତ୍ୟାଗ୍ରହ ପରେ ଆଜି ଶତାଧିକ ମହିଳା ଧାଡ଼ି ବାନ୍ଧି ଖରସ୍ରୋତା ନଦୀକୁ ବନ୍ଦାପନା କରିଥିଲେ। ଭାରିଗଦା ପୁରୁଣା ଘାଟଠାରୁ ବରୁଣାଡିହା ଘାଟ ପର୍ଯ୍ୟନ୍ତ ଏହି ଧାଡ଼ି ଲମ୍ବିଥିଲା। ‘ଖରସ୍ରୋତା ଆମର ମା’। ଏହାର ପାଣି ପବନରେ ଆମର ପରିବାର ପ୍ରତିପୋଷଣ ହେଉଛି। ଖରସ୍ରୋତା ଶୁଖିଗଲେ ଆମେ ଜୀବନ ଜୀବିକା ହରାଇବୁ। ଏଣୁ ଏହି ପ୍ରକଳ୍ପକୁ ବନ୍ଦ କରାଯାଉ’ ବୋଲି ମହିଳାମାନେ ଦାବି କରିଥିଲେ। ଖରସ୍ରୋତା ନଦୀକୁ ଧୂପ, ଦୀପ, ପୁଷ୍ପ ଦେଇ ବନ୍ଦାପନା କରିବା ସହ ମଶାଲ ଓ ଶଙ୍ଖ, ହୁଳହୁଳି ଦେଇ ଖରସ୍ରୋତାର ସୁରକ୍ଷା ଦାବି କରିଥିଲେ। ଜୀବନ ଦେବୁ ପଛେ ଖରସ୍ରୋତାକୁ ମରିବାକୁ ଦେବୁ ନାହିଁ ବୋଲି କହିଥିଲେ। ଏଥିରେ ମହିଳା ସବିତା ବରଜ, ପ୍ରମିଳା ରାଉତ, ନଳିନୀ ତରାଇ, ସବିତା ରାଉତ, ଅନସୂୟା ବରାଳ, ଲିପ୍ପା ସେଠୀ, ମାନୀ ମହାନ୍ତି, ଅନ୍ନପୂର୍ଣ୍ଣା ମହାନ୍ତି, ବାସନ୍ତୀ ନାୟକ, କୁସୁମ ଜେନା, ଅନ୍ନପୂର୍ଣ୍ଣା ରାଉତ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ସମିତିର ଉପଦେଷ୍ଠା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମା, ସଭାପତି ଦୁର୍ଯ୍ୟୋଧନ ମହାନ୍ତି, ସମ୍ପାଦକ ବିଧାନ ଦାସ, ଶରତ ରାଉତ, ରବିନ୍ଦ୍ର ସ୍ବାଇଁ, କ୍ଷୀରୋଦ ବେହୁରିଆ, ହଳଧର ମଲ୍ଲିକ୍, ରଞ୍ଜନ ମଲ୍ଲିକ୍, କାଳିପଦ ନାୟକ, ଉମେଶ ମଲ୍ଲ, ଦାମୋଦର ଧଳ, ଶୈଳେନ୍ଦ୍ର ଜେନା, ଶୁବଳ ରାଉତ ପ୍ରମୁଖ ଯୋଗ ଦେଇଥିଲେ।The post ମେଗା ପାନୀୟଜଳ ପ୍ରକଳ୍ପ ବିବାଦ; ଶଙ୍ଖ, ହୁଳହୁଳିରେ କମ୍ପିଲା ପଠା first appeared on Sambad.