ମଙ୍ଗଳବାର ତୃତୀୟ ଟି୨୦: ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ

ସିଡନୀ – ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ମଙ୍ଗଳବାର ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବ୍‌ଜା କରିସାରିଥିବା ଭାରତ ଘରୋଇ ଦଳ ଉପରେ ପୁଣି ପ୍ରାଧାନ୍ୟ ଜାହିର କରି ସିରିଜ୍ ୩-୦ରେ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଯଦି ଭାରତ ଟି୨୦ ସିରିଜ୍ କ୍ଲିନ୍ ସୁଇପ୍ କରେ ତେବେ ୨୦୧୬ର ପୁନରାବୃତ୍ତି କରିବ । ସେହିବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିନିକିଆ ସିରିଜ୍ […] The post ମଙ୍ଗଳବାର ତୃତୀୟ ଟି୨୦: ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ appeared first on The News Room.

ମଙ୍ଗଳବାର ତୃତୀୟ ଟି୨୦: ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ
ସିଡନୀ – ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ମଙ୍ଗଳବାର ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବ୍‌ଜା କରିସାରିଥିବା ଭାରତ ଘରୋଇ ଦଳ ଉପରେ ପୁଣି ପ୍ରାଧାନ୍ୟ ଜାହିର କରି ସିରିଜ୍ ୩-୦ରେ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଯଦି ଭାରତ ଟି୨୦ ସିରିଜ୍ କ୍ଲିନ୍ ସୁଇପ୍ କରେ ତେବେ ୨୦୧୬ର ପୁନରାବୃତ୍ତି କରିବ । ସେହିବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିନିକିଆ ସିରିଜ୍ ହାରିବା ପରେ ଟି୨୦ରେ କଙ୍ଗାରୁ ଦଳକୁ ୩-୦ରେ ମୂଳପୋଛ କରିଥିଲା ।  ଚଳିତ ଗସ୍ତରେ ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ବିରାଟ ବାହିନୀ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଶେଷ ଦିନିକିଆ ସହ ପ୍ରଥମ ଦୁଇଟି ଟି୨୦ ମ୍ୟାଚ୍ ଜିତିଛି । ଏପରିକି ରୋହିତ ଶର୍ମାଙ୍କ ଭଳି ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିପାରି ନାହିଁ । ଭାରତ ପ୍ରଥମ ଟି୨୦କୁ ୧୧ ରନରେ ଜିତିବା ପରେ ଦ୍ୱିତୀୟ ଟି୨୦ରେ ୬ ୱିକେଟରେ ଘରୋଇ ଦଳକୁ ଧରାଶାୟୀ କରି ସିରିଜ୍ କବ୍‌ଜା କରିବା ସହ ଦିନିକିଆ ପରାଜୟର ପ୍ରତିଶୋଧ ନେଇଥିଲା । ଦ୍ୱିତୀୟ ଟି୨୦ରେ ହିରୋ ସାଜିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ମାତ୍ର ୨୨ ବଲ୍‌ରେ ଅପରାଜିତ ୪୪ ରନର ଧୂଆଁଧାର ପାଳି ଖେଳି ଶେଷ ଓଭରରେ ଭାରତକୁ ରୋମାଞ୍ଚକ ବିଜୟ ଦେଇଥିଲେ । ରୋହିତ, ଜାଡେଜା, ବୁମରା ଓ ସାମିଙ୍କ ଭଳି ପ୍ରତିଷ୍ଠିତ ଖେଳାଳିଙ୍କ ଅନୁପସ୍ଥିତିରେ ଦ୍ୱିତୀୟ ଟି୨୦ରେ ବିଜୟ ନେଇ ଅଧିନାୟକ କୋହଲି ସନ୍ତୋଷ ପ୍ରକାଶ କରିଛନ୍ତି । ଟି୨୦ରେ ଦଳର ଏଭଳି ସଫଳତା ପାଇଁ ସେ ଆଇପିଏଲକୁ ଶ୍ରେୟ ଦେଇଛନ୍ତି । The post ମଙ୍ଗଳବାର ତୃତୀୟ ଟି୨୦: ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ appeared first on The News Room.