ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା

ଭୁବନେଶ୍ବର ୨୩।୯: ଗିରଫ ହେଲେ ମାଲକାନଗିରିର ମୋଟୁ ଥାନା IIC । ମୋଟୁ ଥାନା IIC ସନ୍ତୋଷ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ବୁଧବାର ତାଙ୍କ ବ୍ୟକ୍ତିଗତ କାରରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା । କଟକ ଫୁଲନଖରାକୁ ଖୋର୍ଦ୍ଧା ଯାଉଥିବା ବେଳେ ତାଙ୍କ ନିକଟରୁ ଟଙ୍କା ଜବତ ହୋଇଥିଲା । ଜବତ ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ IIC । ଏହାପରେ ତାଙ୍କର କାର୍ଯ୍ୟାଳୟ, ମୋଟୁ ସ୍ଥିତ ସରକାରୀ ବାସଭବନ, କଟକରେ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ୧୦ଟି ବ୍ୟାଙ୍କର ପାସବୁକ୍ ଓ ବିଭିନ୍ନ ଜମିଜମା କାଗଜପତ୍ର ଜବତ କରାଯାଇଛି । ଗିରଫ ପରେ ଗୁରୁବାର ଭୁବନେଶ୍ବର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ।