ମୁଣ୍ଡଳୀ ବୋଟ୍‌ ବୁଡି ଘଟଣା : ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମର ଶରୀର

କଟକ ୨୫/୦୯ : ମୁଣ୍ଡଳୀ ବ୍ୟାରେଜ୍‌ରେ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍‌ ଟିମ ବୋଟ୍‌ ବୁଡି ଘଟଣାରେ ନିଖୋଜ ଓଡ୍ରାଫ୍‌ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଶେଷରେ ନିଖୋଜ ଓଡ୍ରାଫ୍‌ ଯବାନ ସୀତାରାମ ମୁର୍ମୁଙ୍କୁ ମର ଶରୀର ଉଦ୍ଧାର ହୋଇଛି । ଚୌଦ୍ବାର ଥାନା କଖଡି ମାହଳାପଡା ଘାଟ ନିକଟରୁ ମିଳିଛି ମୃତଦେହ । ୨ ଜଣ ଗାଁ ଲୋକ ସୀତାରାମ ମୁର୍ମୁଙ୍କ ମୃତ ଦେହ ଉଦ୍ଧାର କରିଥିବା ସୂଚନା ମିଳିଛି । ଗତକାଲି ହାତୀ ଉଦ୍ଧାର ବେଳେ ବୋଟ୍‌ ବୁଡିଯାଇଥିଲା । ସେଥିରେ ଓଡ୍ରାଫ୍‌ କର୍ମଚାରୀଙ୍କ ସମେତ ୨ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ମିଶାଇ ମୋଟ ୭ ଜଣ ଥିଲେ । ଦୁର୍ଭାଗ୍ୟବଶତଃ ଓଟିଭିର ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା​‌ ବେଳେ ଜଣେ ଓଡ୍ରାଫ୍‌ କର୍ମଚାରୀ ନିଖୋଜ ଥିଲେ । ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନିଖୋଜଙ୍କ ମର ଶରୀର ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ମୁଣ୍ଡଳୀ ବ୍ରିଜ୍‌ ନିକଟରେ ହାତୀ ଉଦ୍ଧାର ବେଳେ ଓଡ୍ରାଫ୍‌ ବୋଟ୍‌ ଓଲଟିପଡିଥିଲା । ଏଥିରେ ଥିବା ସମସ୍ତେ ପାଣିରେ ବୁଡିଯାଇଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା । କୌଣସି କ୍ରମେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ କୌଣସି ପତ୍ତା ମିଳିନଥିଲା । ହେଲେ ଗତକାଲି ରାତିରେ ନରାଜ ନିକଟରୁ ଏକ ମୃତଦେହ ମିଳିଥିଲା । ତାହା ଓଡ୍ରାଫ୍‌ ଯବାନ ସୀତାରାମଙ୍କ ବୋଲି ସନ୍ଦେହ କରାଯାଉଥିଲେ ବି ପରେ ତାହା ତାଙ୍କର ମୃତଦେହ ନୁହେଁ ବୋଲି ସ୍ପଷ୍ଟ କରିଥିଲେ ଏସ୍‌ଆର୍‌ସି । ଏବେ ଚୌଦ୍ବାର ଥାନା କଖଡି ମାହଳାପଡା ଘାଟ ନିକଟରୁ ମିଳିଛି ମୃତଦେହ । ୨ ଜଣ ଗାଁ ଲୋକ ସୀତାରାମ ମୁର୍ମୁଙ୍କ ମୃତ ଦେହ ଉଦ୍ଧାର କରିଥିବା ସୂଚନା ମିଳିଛି ।