ମନ୍ତ୍ରୀ ଏବଂ ବିଧାୟକଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ଵ : ଅଶୋକ ପଣ୍ଡା ପୁଣି ଥରେ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ଭୁବନେଶ୍ୱର: ମନ୍ତ୍ରୀ ଓ ବିଧାୟକଙ୍କୁ ନୂଆ ଦାଇତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା କାହାକୁ କେଉଁ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଦାଇତ୍ବ ଦିଆଯାଇଛି । ବିଜ୍ଞାନ ଏବଂ ପ୍ରଯୁକ୍ତି ବଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ମିଳିଥିବା ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବଲାଙ୍ଗୀର ଯୋଜନା ବୋର୍ଡ ଅଧ୍ୟକ୍ଷ […]

ମନ୍ତ୍ରୀ ଏବଂ ବିଧାୟକଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ଵ : ଅଶୋକ ପଣ୍ଡା ପୁଣି ଥରେ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ଭୁବନେଶ୍ୱର: ମନ୍ତ୍ରୀ ଓ ବିଧାୟକଙ୍କୁ ନୂଆ ଦାଇତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା କାହାକୁ କେଉଁ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଦାଇତ୍ବ ଦିଆଯାଇଛି । ବିଜ୍ଞାନ ଏବଂ ପ୍ରଯୁକ୍ତି ବଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ମିଳିଥିବା ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବଲାଙ୍ଗୀର ଯୋଜନା ବୋର୍ଡ ଅଧ୍ୟକ୍ଷ ଦାଇତ୍ବ ମିଳିଛି । ସେହିପରି ବିଧାୟକ ଅନନ୍ତ ଦାସଙ୍କୁ ବାଲେଶ୍ୱର , ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ, ବ୍ୟୋମକେଶ ରାୟଙ୍କୁ ଭଦ୍ରକ, ମହୀଧର ରଣାଙ୍କୁ ବୌଦ୍ଧ, ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ କଟକ, ରାଜେନ୍ଦ୍ର ଢୋଲକିଆଙ୍କୁ ଦେବଗଡ, ବାସନ୍ତୀ ହେମ୍ବ୍ରମ୍‌ଙ୍କୁ ଢେଙ୍କାନାଳ, ଜଗନ୍ନାଥ ସାରକାଙ୍କୁ ଗଜପତି, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗଞ୍ଜାମ, ପ୍ରମିଳା ମଲ୍ଲିକଙ୍କୁ ଜଗତସିଂହପୁର, ସମୀର ଦାସଙ୍କୁ ଯାଜପୁର, ପ୍ରୀତିରଞ୍ଜନ ଘଡେଇଙ୍କୁ ଝାରସୁଗୁଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ସେହିପରି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କଳାହାଣ୍ଡି , ଶ୍ରୀକାନ୍ତ ସାହୁଙ୍କୁ କନ୍ଧମାଳ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କେନ୍ଦ୍ରାପଡା, ଜଗନ୍ନାଥ ନାଏକଙ୍କୁ କେନ୍ଦୁଝର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧା, ରଘୁରାମ ପଲାଡଙ୍କୁ କୋରାପୁଟ, କ୍ରିଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି , ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ମୟୂରଭଞ୍ଜ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ନବରଙ୍ଗପୁର, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ନୟାଗଡ, ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନୂଆପଡା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ରାୟଗଡା, ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ସମ୍ବଲପୁର, ପ୍ରଦୀପ କୁମାର ଅମାତଙ୍କୁ ସୁବର୍ଣ୍ଣପୁର ଏବଂ ସାରଦା ପ୍ରସାଦ ନାୟକଙ୍କୁ ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।