ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଗାୟିକା, ମୋଦୀଙ୍କୁ ମାଗିଲେ ନ୍ୟାୟ : ସେପଟେ ଅଭିନେତ୍ରୀଙ୍କ ଆରୋପ- ‘ବଡ ଲୋକଙ୍କୁ ବାନ୍ଧେ ନାହିଁ ଆଇନ’

ମୁମ୍ବାଇ, ୧୫/୦୧:  ମୁମ୍ବାଇର ପ୍ରଚ୍ଛଦପଟ୍ଟ ଗାୟିକା ରେଣୁ ଶର୍ମା ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।ଗାୟିକା ଜଣଙ୍କ ଟ୍ୱିଟ୍ କରି ଏହା କହିବା ସହ ପୋଲିସରେ ମଧ୍ୟଏତଲା ଦେଇଥିବା ଉଲ୍ଲେଖ କରିଛନ୍ତି । ପୋଲିସ କମିଶନରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବବାଦରେ ସେ ପ୍ରକାଶ କରିଛନ୍ତି । ଏହି ମାମଲାରେ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପାୟଲ ରେଣୁଙ୍କ ସମର୍ଥନରେ ବାହାରିଛନ୍ତି । କିନ୍ତୁ ରେଣୁଙ୍କୁ ନ୍ୟାୟ ମିଳିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ପାୟଲ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ଯେ, ଧନଞ୍ଜୟ ମୁଣ୍ଡେଙ୍କ ଭଳି ଲୋକ ଜେଲରେ ରହିବା ଦରକାର । କିନ୍ତୁ ସେମାନଙ୍କର କିଛି ହେବ ନାହିଁ । ଆପଣଙ୍କ ପାଖରେ ଟଙ୍କା ଓ ପାଓ୍ୱାର ଥିଲେ କିଛି ଆଇନ ଲାଗୁ ହେବ ନାହିଁ । ଭାରତୀୟ ଆଇନ କେବଳ ଗରିବ ଓ ମଧ୍ୟମ ବର୍ଗଙ୍କ ପାଇଁ ଅଟେ । ରେଣୁ ନ୍ୟାୟ ଆଶା କରନ୍ତୁ ନାହିଁ । ସେମାନେ ରେଣୁଙ୍କୁ ନିଚା ଦେଖାଇବା ସହ ଅନେକ ଅପପ୍ରୟାସ କରିବେ । People like #DhananjayMunde should be behind bars but I know nothing will happen as long as you have power and money,law is not applicable on you.Indian law is made only for poor and middleclass people.#Renu Don’t expect any justice,rather they will degrade you andslut shame you. https://t.co/MHVJ7bOHNW— Payal Ghosh ॐ (@iampayalghosh) January 12, 2021 ରେଣୁ ସୋମବାର ନିଜ ଅଭିଯୋଗର ନକଲ ସେୟାର କରି କ୍ଷୋଭ ପ୍ରକାଶ କରିଥିଲେ । ସେ ଲେଖିଥିଲେ ଯେ, ସେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହାସହ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନାଭୀସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ, ତାଙ୍କ ଏତଲା ଗ୍ରହଣ କରାଯାଉ ନାହିଁ । ଏପରିକି ଜୀବନ ଉପରେ ମଧ୍ୟ ବିପଦ ରହିଛି । ଏଥିପାଇଁ ସେ ସାହାଯ୍ୟ ପ୍ରାର୍ଥନା କରିଥିଲେ । ତେବେ ଧନଞ୍ଜୟ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଗାୟିକା ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏହାସହ ବ୍ଲାକମେଲ୍ ମଧ୍ୟ କରୁଛନ୍ତି । ୨୦୦୩ରେ ସେ ରେଣୁଙ୍କ ଭଉଣୀଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ରହିଛନ୍ତି ବୋଲି ସେ କହିଛନ୍ତି ।