ମନୁଷ୍ୟ ପରେ ପଶୁଙ୍କ ଦେହରେ କରୋନା, ଚିଡ଼ିଆଖାନାରେ ଦୁଇ ସିଂହ ପଜିଟିଭ

ଚେନ୍ନାଇ, ୧୦।୬: ମନୁଷ୍ୟ ପରେ ଏବେ କରୋନା ଭାଇରସ ପଶୁଙ୍କୁ ବ୍ୟାପିବାକୁ ଆରମ୍ଭ କଲାଣି l ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏହି ସମୟରେ କିଛି ଦିନ ତଳେ ପଶୁଙ୍କୁ ଏହା ସଂକ୍ରମଣ କରୁଥିବା ଖବର ସାମ୍ନାକୁ ଆସିଥିଲା l ବର୍ତମାନ ଏହି ଭାଇରସରେ ତାମିଲନାଡୁର ଏକ ଚିଡିଆଖାନାରେ ଦୁଇଟି ସିଂହଙ୍କୁ ସଂକ୍ରମିତ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ, ତାମିଲନାଡୁର ଅରିଗନାର ଆନ୍ନା ଜୁଲଜିକାଲ ପାର୍କରେ ଥିବା ଦୁଇଟି ସିଂହ କରୋନାରେ ସଂକ୍ରମିତ ଅଛନ୍ତି l ଏ ନେଇ Indian Veterinary Research Institute (IVRI) ପକ୍ଷରୁ କୁହାଯାଇଛି l ଚିଡିଆଖାନାରେ ଥିବା ସାତଟି ପଶୁଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠା ଯାଇଥିଲା l ପଠା ଯାଇଥିବା ସମ୍ପଲ ମଧ୍ୟରେ ୪ଟି ବାଘ ଥିବା ବେଳେ ୩ ଟି ସିଂହ ଥିଲେ l ସେମାନଙ୍କ ମଧ୍ୟରୁ ଚାରି ବାଘଙ୍କର ନମୁନା ନେଗେଟିଭ ଆସିଥିଲା ଏବଂ ଗୋଟିଏ ସିଂହର ରିପୋର୍ଟ ନେଗେଟିଭ ଥିଲା l ଅନ୍ୟ ଦୁଇଟି ସିଂହଙ୍କ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା l ଏନେଇ IVRI ର ଯୁଗ୍ମ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l