ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହେମୁସୁରପଡ଼ାରେ ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି। ସଳଚନା ମୁତାବକ, ପଶ୍ଚିମବଙ୍ଗ ମାଲଦା ଜିଲା କାଲିଆଚୌକ ଥାନା ଅଞ୍ଚଳର ସଦାମ ଶେଖ ଓ ତାଙ୍କ ସାଥିମାନେ ହେମୁସୁରପଡ଼ାର ଅଲେଖ ସାହୁଙ୍କ ଘରେ ଭଡ଼ାରେ ରହି ପ୍ଲାଷ୍ଟକ୍ ବେପାର କରନ୍ତି। ସୋମବାର ଭୋର ସାଢ଼େ ୩ଟା ସମୟରେ ସେମାନେ ଶୋଇଥିବା ସମୟରେ ହଠାତ୍ ଶବ୍ଦ ଶୁଣି ଉଠି ଦେଖିଲା […]

ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ୨ ଗିରଫ
ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହେମୁସୁରପଡ଼ାରେ ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି। ସଳଚନା ମୁତାବକ, ପଶ୍ଚିମବଙ୍ଗ ମାଲଦା ଜିଲା କାଲିଆଚୌକ ଥାନା ଅଞ୍ଚଳର ସଦାମ ଶେଖ ଓ ତାଙ୍କ ସାଥିମାନେ ହେମୁସୁରପଡ଼ାର ଅଲେଖ ସାହୁଙ୍କ ଘରେ ଭଡ଼ାରେ ରହି ପ୍ଲାଷ୍ଟକ୍ ବେପାର କରନ୍ତି। ସୋମବାର ଭୋର ସାଢ଼େ ୩ଟା ସମୟରେ ସେମାନେ ଶୋଇଥିବା ସମୟରେ ହଠାତ୍ ଶବ୍ଦ ଶୁଣି ଉଠି ଦେଖିଲା ବେଳକୁ ୨ ଜଣ ଯୁବକ କାନ୍ଥ ଡ଼େଇଁ ପଳାଉଛନ୍ତି। ସଦାମ ଓ ତାଙ୍କ ସାଥିମାନେ ଏହି ୨ ଯୁବକଙ୍କୁ ଗୋଡ଼ାଇ ଶେଖ୍ ମୁନା ନାମକ ଜଣେ ଯୁବକଙ୍କୁ କାବୁ କରିଥିଲେ। ମୁନାଙ୍କ ଘର ଶିମିଳିପଡ଼ାରେ ବୋଲି ସେ ପ୍ରକାଶ କରିଥିଲେ। ପଳାଇ ଯାଇଥିବା ଯୁବକ ଜଣକ ରାଜକିଶୋରପଡ଼ାର ସେଖ୍ ଆବିଦ ବୋଲି ମୁନା କହିଥିଲେ। ଉଭୟେ ସଦାମଙ୍କ ମନିପର୍ସରେ ଥିବା ୬ ହଜାର ୪ ଶହ ଟଙ୍କା, ତାଙ୍କ ସାଥି ସଲିମ ଶେଖ୍, କେତାବୁଲ ଶେଖ୍ ଓ ଉସ୍ମାନ ଗନିଙ୍କ ୩ଟି ମୋବାଇଲ ଫୋନ୍ ଚୋରିକରି ନେଇଥିଲେ। ଏ ନେଇ ଅଭିଯୋଗ ପାଇବାପରେ ପୁଲିସ ଏକ ମାମଲା ରୁଜୁକରି ମୁନା ଓ ଆବିଦଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି।