ମମତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିଲେ ଅଭିଶେକ

କୋଲକାତା,୧୧ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଦିନ ପାଖେଇ ଆସୁଛି । ବୁଧବାର ପ୍ରଚାର ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ଗୋଡ଼ରେ ଗଭିର ଆଘାତ ଲାଗିଥିବା ଜଣାପଡିଛି । ବୁଧବାର ମମତାଙ୍କର ଏସ୍‌ଏସ୍‌କେଏମ୍ ହସ୍ପିଟାଲରେ ଏକ୍ସରେ କରାଯାଇଛି । ଜଣେ ବରିଷ୍ଠ ଡାକ୍ତରଙ୍କ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କୁ ସେଠାରୁ ବଙ୍ଗର ଇନଷ୍ଟଚ୍ୟୁଟ ଅଫ୍ ନ୍ୟୁରୋସାଇନସେସ୍‌କୁ ଏମଆର୍‌ଆଇ ପାଇଁ ନିଆଯିବ । ତେବେ ମମତାଙ୍କ ଡାହାଣ କାନ୍ଧ, ଗଳା ଓ […] The post ମମତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିଲେ ଅଭିଶେକ appeared first on Dharitri Odia News.

ମମତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିଲେ ଅଭିଶେକ
କୋଲକାତା,୧୧ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଦିନ ପାଖେଇ ଆସୁଛି । ବୁଧବାର ପ୍ରଚାର ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ଗୋଡ଼ରେ ଗଭିର ଆଘାତ ଲାଗିଥିବା ଜଣାପଡିଛି । ବୁଧବାର ମମତାଙ୍କର ଏସ୍‌ଏସ୍‌କେଏମ୍ ହସ୍ପିଟାଲରେ ଏକ୍ସରେ କରାଯାଇଛି । ଜଣେ ବରିଷ୍ଠ ଡାକ୍ତରଙ୍କ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କୁ ସେଠାରୁ ବଙ୍ଗର ଇନଷ୍ଟଚ୍ୟୁଟ ଅଫ୍ ନ୍ୟୁରୋସାଇନସେସ୍‌କୁ ଏମଆର୍‌ଆଇ ପାଇଁ ନିଆଯିବ । ତେବେ ମମତାଙ୍କ ଡାହାଣ କାନ୍ଧ, ଗଳା ଓ ହାତରେ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଆକ୍ରମଣ ଘଟଣା ପରେ ତାଙ୍କର ଛାତିରେ ଯନ୍ତ୍ରଣା ହେବା ଓ ମୁଣ୍ଡ ବୁଲାଇବା ଭଳି ଲାଗୁଥିବା ମମତା ଡାକ୍ତରଙ୍କୁ କହିଛନ୍ତି । ତେଣୁ ଏମ୍‌ଆର୍‌ଆଇ କରିବା ପରେ ତାଙ୍କୁ ପୁଣିଥରେ ବିଶେଷ ୱାର୍ଡକୁ ନିଆଯିବ ବୋଲି ସୂଚନା ରହିଛି । ଏହି ଘଟଣା ପରେ ମମତାଙ୍କ ଭଣଜା ଅଭିଶେକ ବାନାର୍ଜୀ ମମତା ବାନାର୍ଜୀଙ୍କ ଫଟୋ ଟୁଇଟ୍ କରି କହିଛନ୍ତି , ଭାଜପା ଏବେ , ୨ ମେ’ରେ ପଶ୍ଚିମବଙ୍ଗ ଜନତାଙ୍କ ଶକ୍ତି ଦେଖିବାକୁ ପ୍ରସ୍ତୁତ ରହୁ । The post ମମତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିଲେ ଅଭିଶେକ appeared first on Dharitri Odia News.