ମହମ୍ମଦ କୈଫ ସାଥି ଖେଳାଳିଙ୍କୁ କ୍ଷମା ମାଗିଲେ, ୧୬ ବର୍ଷ ପରେ କଲେ ଅନୁତାପ, କିନ୍ତୁ କାହିଁକି ?

ନୂଆଦିଲ୍ଲୀ, ୨୬|୦୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ନିଜ କ୍ୟାରିଅରରେ ଫିଲ୍ଡିଂ ପାଇଁ ଚର୍ଚ୍ଚାରେ ରହିଥିଲେ । ଏପରିକି ସେ ରୋମାଞ୍ଚକର ସମୟରେ ମଧ୍ୟ ଦଳକୁ ବିଜୟ ଉପହାର ଦେଇଛନ୍ତି । ତେବେ ଏକ କ୍ୟାଚ୍ ପାଇଁ ସେ ୧୬ ବର୍ଷ ପରେ ନିଜ ସାଥି ଖେଳାଳିଙ୍କୁ କ୍ଷମା ମାଗିଛନ୍ତି । ସେ ପାକିସ୍ତାନ ଗସ୍ତରେ ନେଇଥିବା ଏକ ଆକର୍ଷଣୀୟ କ୍ୟାଚ୍‌ର ଭିଡିଓ ସେୟାର କରିଛନ୍ତି । କୈଫ୍ ଯେଉଁ ଭିଡିଓ ସେୟାର […]

ମହମ୍ମଦ କୈଫ ସାଥି ଖେଳାଳିଙ୍କୁ କ୍ଷମା ମାଗିଲେ, ୧୬ ବର୍ଷ ପରେ କଲେ ଅନୁତାପ, କିନ୍ତୁ କାହିଁକି ?
ନୂଆଦିଲ୍ଲୀ, ୨୬|୦୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ନିଜ କ୍ୟାରିଅରରେ ଫିଲ୍ଡିଂ ପାଇଁ ଚର୍ଚ୍ଚାରେ ରହିଥିଲେ । ଏପରିକି ସେ ରୋମାଞ୍ଚକର ସମୟରେ ମଧ୍ୟ ଦଳକୁ ବିଜୟ ଉପହାର ଦେଇଛନ୍ତି । ତେବେ ଏକ କ୍ୟାଚ୍ ପାଇଁ ସେ ୧୬ ବର୍ଷ ପରେ ନିଜ ସାଥି ଖେଳାଳିଙ୍କୁ କ୍ଷମା ମାଗିଛନ୍ତି । ସେ ପାକିସ୍ତାନ ଗସ୍ତରେ ନେଇଥିବା ଏକ ଆକର୍ଷଣୀୟ କ୍ୟାଚ୍‌ର ଭିଡିଓ ସେୟାର କରିଛନ୍ତି । କୈଫ୍ ଯେଉଁ ଭିଡିଓ ସେୟାର କରିଛନ୍ତି ତାହାର କ୍ୟାପସନରେ ଲେଖିଛନ୍ତି ଯେ, ଭାରତୀୟ ଖେଳାଳି ଅସମ୍ଭବକୁ ପିଛା କରିଥାନ୍ତି । ଏହାକୁ ଦୁଇ ହାତରେ ଧରି ପକାଇଥାନ୍ତି । ସରି ବଦାନୀ ଭାଇ ବୋଲି ସେ ଲେଖିଛନ୍ତି । Fearlessness of youth makes you chase the impossible and grab it with both hands. Oops sorry Badani bhai. pic.twitter.com/Yn3yxJ1JEK— Mohammad Kaif (@MohammadKaif) July 25, 2020 ସୂଚନାନୁସାରେ, ଭାରତୀୟ ଦଳ ୨୦୦୪ରେ ପାକିସ୍ତାନ ଗସ୍ତ କରିଥିଲା । ଏହି ଗସ୍ତରେ କରାଚୀରେ ଦିନିକିଆ ମ୍ୟାଚ୍ ଖେଳା ଯାଉଥିଲା । ଯାହା ବହୁତ ରୋମାଞ୍ଚକର ଥିଲା । ଭାରତ ପାକିସ୍ତାନକୁ ୩୫୦ ରନ୍‌ର ଲକ୍ଷ୍ୟ ଦେଇଥିଲା ।ପାକିସ୍ତାନ ବିଜୟଠୁ ମାତ୍ର ୧୦ ରନ୍ ଦୂରରେ ଥିଲା । ଦଳ ସହଜରେ ବିଜୟ ଆଡକୁ ମୁହାଁଉଥିଲା । ସେହି ସମୟରେ ସୋଏବ ମଲିକ ଏକ ବଡ ସଟ୍ ଖେଳିଥିଲେ । ଭାରତୀୟ ଖେଳାଳି ହେମଙ୍ଗ ବଦାନୀ କ୍ୟାଚ୍ ଧରିବା ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ କୈଫ୍ ଡାଇଭ୍ ମାରି କ୍ୟାଚ୍ ଧରି ଦେଇଥିଲେ । ଏହି ମ୍ୟାଚକୁ ଭାରତ ୫ ରନ୍‌ରେ ଜିତି ନେଇଥିଲା । କୈଫଙ୍କ ଦ୍ୱାରା ନିଆଯାଇଥିବା କ୍ୟାଚ୍ ମ୍ୟାଚର ମୋଡ ବଦଳାଇ ଦେଇଥିଲା । କୈଫ ଭାରତର ଜଣେ ଭଲ ଫିଲ୍ଡର୍ ଭାବେ ପରିଚିତ । ବ୍ୟାଟିଂ ଅପେକ୍ଷା ସେ ଫିଲ୍ଡିଂରେ ଅଧିକ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ, କୈଫ୍ ୧୨୫ଟି ଦିନିକିଆ ମ୍ୟାଚ୍ ଖେଳି ୫୫ଟି କ୍ୟାଚ୍ ନେଇଛନ୍ତି । ସେ ଟେଷ୍ଟରେ ୧୪ଟି କ୍ୟାଚ୍ ନେଇଛନ୍ତି । ଏହାସହ ନେଟଓ୍ୱେଷ୍ଟ୍ ମ୍ୟାଚରେ ସେ ୮୭ ରନ୍‌ର ଆକର୍ଷଣୀୟ ପାଳି ଖେଳିଥିଲେ ।