ରାଉରକେଲା ସ୍ମାର୍ଟ ସିଟିରେ କରୋନା ଆତଙ୍କ

ରାଉରକେଲା ଅଫିସ୍‌, ୧୮।୪: ରାଉରକେଲା ସ୍ମାର୍ଟ ସିଟିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କରୋନାର ଭୟାବହତାକୁ ଆଖି ଆଗରେ ରଖି ଶନିବାରଠାରୁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କରାଯାଇଛି। ସଟ୍‌ଡାଉନ ଯୋଗୁ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ ଭୋର ପ୍ରାୟ ୫ଟାରେ ଉଦିତନଗର ପରେଡ ପଡ଼ିଆରେ ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଥାନା ଅଧିକାରୀଙ୍କୁ ଡକାଇ କଡାକଡି ଯାଞ୍ଚ ଉପରେ ପରାମର୍ଶ ଦେଇଥିଲେ। ସହରର ୩୦ଟି ସ୍ଥାନ ଚିହ୍ନଟ […] The post ରାଉରକେଲା ସ୍ମାର୍ଟ ସିଟିରେ କରୋନା ଆତଙ୍କ appeared first on Dharitri Odia News.

ରାଉରକେଲା ସ୍ମାର୍ଟ ସିଟିରେ କରୋନା ଆତଙ୍କ
ରାଉରକେଲା ଅଫିସ୍‌, ୧୮।୪: ରାଉରକେଲା ସ୍ମାର୍ଟ ସିଟିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କରୋନାର ଭୟାବହତାକୁ ଆଖି ଆଗରେ ରଖି ଶନିବାରଠାରୁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କରାଯାଇଛି। ସଟ୍‌ଡାଉନ ଯୋଗୁ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ ଭୋର ପ୍ରାୟ ୫ଟାରେ ଉଦିତନଗର ପରେଡ ପଡ଼ିଆରେ ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଥାନା ଅଧିକାରୀଙ୍କୁ ଡକାଇ କଡାକଡି ଯାଞ୍ଚ ଉପରେ ପରାମର୍ଶ ଦେଇଥିଲେ। ସହରର ୩୦ଟି ସ୍ଥାନ ଚିହ୍ନଟ କରାଯାଇ ସେସବୁ ସ୍ଥାନରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। ସହରର ପ୍ରବେଶ ପଥ ପାନପୋଷ, ବିର୍ସାମୁଣ୍ଡା ଛକରେ ବ୍ୟାପକ ପୋଲିସ ମୁତୟନ ସହ ଯାଞ୍ଚକୁ କଡାକଡି କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ରାଉରକେଲା ମହାନଗର ଅଞ୍ଚଳର ଉଦିତନଗର ଇନକମ୍‌ ଟ୍ୟାକ୍ସ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଭାବେ ଚିହ୍ନଟ ହେବା ଯୋଗୁ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ଏହି ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। The post ରାଉରକେଲା ସ୍ମାର୍ଟ ସିଟିରେ କରୋନା ଆତଙ୍କ appeared first on Dharitri Odia News.