ରାଉରକେଲାରେ ଲଗାଣ ବର୍ଷା : ଭୁଷୁଡ଼ିଲା ଘର, କାନ୍ଥ ପଡ଼ି ଯୁବକ ଗୁରୁତର 

ରାଉରକେଲା : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା l ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ପଶିଛି  ବ୍ରାହ୍ମଣୀର ବନ୍ୟା ଜଳ l ପାନପୋଷ ବାଲୁଘାଟର ନୂଆବସ୍ତି ,ତେଲୁଗୁ ବସ୍ତି, ପଲ ପଲ ବସ୍ତିର ୨୦ରୁ ଅଧିକ ଘର ପାଣି ଘେରରେ ରହିଛି l ନଦୀ ଜଳ ସ୍ତର ବଢୁଥିବାରୁ ବସ୍ତି ବାସିନ୍ଦା ଭୟରେ ରହିଛନ୍ତି l ଉଦିତନଗର ଶୀତଳପଡାର ୨୨ରୁ ଅଧିକ କଚା ଘର ଭୁଷୁଡ଼ି ପଡିଛି […]

ରାଉରକେଲାରେ ଲଗାଣ ବର୍ଷା : ଭୁଷୁଡ଼ିଲା ଘର, କାନ୍ଥ ପଡ଼ି ଯୁବକ ଗୁରୁତର 
ରାଉରକେଲା : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇଛି ଜୀବନଯାତ୍ରା l ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ପଶିଛି  ବ୍ରାହ୍ମଣୀର ବନ୍ୟା ଜଳ l ପାନପୋଷ ବାଲୁଘାଟର ନୂଆବସ୍ତି ,ତେଲୁଗୁ ବସ୍ତି, ପଲ ପଲ ବସ୍ତିର ୨୦ରୁ ଅଧିକ ଘର ପାଣି ଘେରରେ ରହିଛି l ନଦୀ ଜଳ ସ୍ତର ବଢୁଥିବାରୁ ବସ୍ତି ବାସିନ୍ଦା ଭୟରେ ରହିଛନ୍ତି l ଉଦିତନଗର ଶୀତଳପଡାର ୨୨ରୁ ଅଧିକ କଚା ଘର ଭୁଷୁଡ଼ି ପଡିଛି l ଗୋପବନ୍ଧୁପାଲ୍ଲୀ ଅମରନାଥ ବସ୍ତିରେ କାନ୍ଥ ପଡ଼ି ଦୀପକ ତନ୍ତୀ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି l ତେଣେ ଗଛ ପଡ଼ି ବିଭିନ୍ନ ଅଂଚଳରେ ଏକ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଛି l ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ରାଉରକେଲା ମହାନଗର କମିଶନର ଦିବ୍ୟ ଜ୍ୟୋତି ପରିଡାଙ୍କ ସହ ଅନ୍ୟ ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କୁ ସହାୟତା ପାଇଁ ନିର୍ଦେଶ ଦେଇଛନ୍ତି l