ରଙ୍ଗ ମାରିବା ସମୟରେ ଉଚ୍ଚତାରୁ ପଡି ଠିକା ଶ୍ରମିକଙ୍କ ମୃତ୍ୟୁ

ରାଜଗାଙ୍ଗପୁର ତା ୧୮/୧୨: ଆଜି  ଲାଞ୍ଜିବେର୍ଣ୍ଣାର ୩ନଂ ଜିଏଲ ଚର୍ଚ୍ଚରେ ରଙ୍ଗ ମରା କାର୍ଯ୍ୟ ଚାଲୁଥିବା ସମୟରେ ଦିବା ୧୨ଟା ସମୟରେ ଆଜବେଷ୍ଟ ଭାଙ୍ଗି ଯିବାରୁ ଦୁଇ ଠିକା ଶ୍ରମିକ ତଳେ ପଡି ଯାଇଥିଲେ । ଯାହାଫଳରେ ଜଣେ ଗୁରୁତର ଭାବରେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ସେଠାରୁ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉତ୍ତମ ବିଲୁଙ୍ଗ (୫୨)ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ  ଧଉରାଆଡାର ସାର୍ଗୀପାଲି ଗ୍ରାମର ବୋଲି ଜଣା ପଡ଼ିଛି । ସେ ଡାଲମିଆ ସିମେଣ୍ଟ କମ୍ପାନୀର ଠିକାଦାର କୁର୍ଦୁସଙ୍କ ଅଧୀନରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଜଣାପଡିଛି ।