ରାଜଧାନୀରେ ଅଣାୟତ୍ତ କରୋନା : ପ୍ରଥମେ ଅଟାକଳ ଏବେ ଆଳୁଗଦି ପାଲଟିଛି ହଟସ୍ପଟ୍‌ !

ଭୁବନେଶ୍ୱର ୨୯।୦୭: ଦିନ ଗଡିବା ସହ କରୋନା ସଂକ୍ରମଣ ବଢିଚାଲିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ରାଜଧାନୀରେ କରୋନା ସଂକ୍ରମଣ ନାକେଦମ୍‌ କରିସାରିଲାଣି। ୨୪ ଘଣ୍ଟାରେ ୨୧୫ ଆକ୍ରାନ୍ତ ଧରା ପଡ଼ିଛନ୍ତି । ବସ୍ତିରୁ ପୁଳା ପୁଳା ସଂକ୍ରମିତ ବାହାରିଛନ୍ତି ।ବାୟା ବାବା ବସ୍ତିରୁ ୧୯ ଆକ୍ରାନ୍ତ ବାହାରିଛନ୍ତି । ୟୁନିଟ୍‌-୪ ଏମ୍‌ଏଲଏ କଲୋନୀ ବସ୍ତିରୁ ୯ ଜଣ ଓ ସାଲିଆ ସାହିରୁ ୧୧ ଆକ୍ରାନ୍ତ ଠାବ ହୋଇଛନ୍ତି । ସେପଟେ […]

ରାଜଧାନୀରେ ଅଣାୟତ୍ତ କରୋନା : ପ୍ରଥମେ ଅଟାକଳ ଏବେ ଆଳୁଗଦି ପାଲଟିଛି ହଟସ୍ପଟ୍‌ !
ଭୁବନେଶ୍ୱର ୨୯।୦୭: ଦିନ ଗଡିବା ସହ କରୋନା ସଂକ୍ରମଣ ବଢିଚାଲିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ରାଜଧାନୀରେ କରୋନା ସଂକ୍ରମଣ ନାକେଦମ୍‌ କରିସାରିଲାଣି। ୨୪ ଘଣ୍ଟାରେ ୨୧୫ ଆକ୍ରାନ୍ତ ଧରା ପଡ଼ିଛନ୍ତି । ବସ୍ତିରୁ ପୁଳା ପୁଳା ସଂକ୍ରମିତ ବାହାରିଛନ୍ତି ।ବାୟା ବାବା ବସ୍ତିରୁ ୧୯ ଆକ୍ରାନ୍ତ ବାହାରିଛନ୍ତି । ୟୁନିଟ୍‌-୪ ଏମ୍‌ଏଲଏ କଲୋନୀ ବସ୍ତିରୁ ୯ ଜଣ ଓ ସାଲିଆ ସାହିରୁ ୧୧ ଆକ୍ରାନ୍ତ ଠାବ ହୋଇଛନ୍ତି । ସେପଟେ ସହରର ଜଣେ ୫ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଆଇଗିଣିଆ ଆଳୁଗଦିରୁ ପୁଣି ୧୦ ସଂକ୍ରମିତ ଠାବ ହୋଇଛନ୍ତି । ହସ୍ପିଟାଲ ସଂକ୍ରମଣ ବି ଚିନ୍ତାଜନକ ଭାବେ ମାଡ଼ିଚାଲିଛି । ଆଜି ଏକ ଘରୋଇ ହସ୍ପିଟାଲର ୧୧ କର୍ମଚାରୀ ଆକ୍ରାନ୍ତ ବାହାରିବା ପରେ ମୁଣ୍ଡବିନ୍ଧା ବଢ଼ିଛି । ମଙ୍ଗଳବାର ବାହାରିଥିବା ୨୧୫ ସଂକ୍ରମିତଙ୍କ ଭିତରୁ ୧୫୦ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୬୫ଜଣ ସ୍ଥାନୀୟ ସଂକ୍ରମିତ(କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ବାହାରେ) ଅଛନ୍ତି । ୫ବର୍ଷର ଜଣେ ଶିଶୁପୁତ୍ର ମସ୍କିଷ୍କ ପକ୍ଷାଘାତର ଶିକାର ହୋଇ ଚିକିତ୍ସା ହେଉଥିଲା । ସେ କରୋନାରେ ସଂକ୍ରମିତ ହୋଇଥିବା ପରୀକ୍ଷା ରିପୋର୍ଟ ଆସିଥିଲା । ତାର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥିସହ ରାଜଧାନୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ମୋଟ ଆକ୍ରାନ୍ତ ସଂଖ୍ୟା ୨୩୬୫ ଛୁଇଁଛି । ୟୁନିଟ୍‌-୩ ମାଳିସାହିରୁ ୪ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି । ରସୁଲଗଡ଼ ଜିଜିପି କଲୋନୀରୁ ୬, ବିଶେଶ୍ୱର ବସ୍ତିରୁ ୫ଜଣ, ୟୁନିଟ୍‌-୩ ମାଳି କଲୋନୀରୁ ୪, ୟୁନିଟ୍‌-୪ରୁ ୩, ଗ୍ୟାରେଜ୍‌ ଛକରୁ ୫, ମଞ୍ଚେଶ୍ୱରରୁ ୩, ପ୍ରାଚୀବିହାରରୁ ୨, ୟୁନିଟ୍‌-୧ ହାଟ ପାଖରୁ ୨, ଝରଣା ସାହିରୁ ୨ ରହିଛନ୍ତି ।