ରାଜ୍ୟକୁ ୬୦୦ ଟଙ୍କାରେ ମିଳିବ କୋଭାକ୍ସିନ

ନୂଆଦିଲ୍ଲୀ, ୨୪।୪: ଭାରତ ବାୟୋଟେକ୍‌ କୋଭାକ୍ସିନ ଟିକା ଦାମ୍‌ ଶନିବାର ଘୋଷଣା କରିଛି। ରାଜ୍ୟ ସରକାରଙ୍କୁ ଏହି ଭାକ୍ସିନ ଡୋଜ୍‌ ପ୍ରତି ୬୦୦ ଟଙ୍କାରେ ଯୋଗାଇ ଦିଆଯିବ। ଘରୋଇ ହସ୍ପିଟାଲଗୁଡ଼ିକ ୧,୨୦୦ ଟଙ୍କାରେ ଉକ୍ତ ଟିକା କିଣିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ କେନ୍ଦ୍ର ସରକାରଙ୍କୁ ପୂର୍ବ ଭଳି ୧୫୦ ଟଙ୍କାରେ ଟିକା ଯୋଗାଇ ଦିଆଯିବ। ଏହା ବ୍ୟତୀତ କୋଭାକ୍ସିନ ବିଦେଶକୁ ମଧ୍ୟ ରପ୍ତାନି କରାଯିବ। ଏଥିପାଇଁ ପ୍ରତି ଡୋଜ୍‌ ଦାମ୍‌ ୧୫ରୁ ୨୦ ଡଲାର […] The post ରାଜ୍ୟକୁ ୬୦୦ ଟଙ୍କାରେ ମିଳିବ କୋଭାକ୍ସିନ appeared first on Dharitri Odia News.

ରାଜ୍ୟକୁ ୬୦୦ ଟଙ୍କାରେ ମିଳିବ କୋଭାକ୍ସିନ
ନୂଆଦିଲ୍ଲୀ, ୨୪।୪: ଭାରତ ବାୟୋଟେକ୍‌ କୋଭାକ୍ସିନ ଟିକା ଦାମ୍‌ ଶନିବାର ଘୋଷଣା କରିଛି। ରାଜ୍ୟ ସରକାରଙ୍କୁ ଏହି ଭାକ୍ସିନ ଡୋଜ୍‌ ପ୍ରତି ୬୦୦ ଟଙ୍କାରେ ଯୋଗାଇ ଦିଆଯିବ। ଘରୋଇ ହସ୍ପିଟାଲଗୁଡ଼ିକ ୧,୨୦୦ ଟଙ୍କାରେ ଉକ୍ତ ଟିକା କିଣିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ କେନ୍ଦ୍ର ସରକାରଙ୍କୁ ପୂର୍ବ ଭଳି ୧୫୦ ଟଙ୍କାରେ ଟିକା ଯୋଗାଇ ଦିଆଯିବ। ଏହା ବ୍ୟତୀତ କୋଭାକ୍ସିନ ବିଦେଶକୁ ମଧ୍ୟ ରପ୍ତାନି କରାଯିବ। ଏଥିପାଇଁ ପ୍ରତି ଡୋଜ୍‌ ଦାମ୍‌ ୧୫ରୁ ୨୦ ଡଲାର (୧,୧୨୩ରୁ ୧,୪୯୮ ଟଙ୍କା) ରହିବ ବୋଲି କମ୍ପାନୀ କହିଛି। ସୂଚନାଯୋଗ୍ୟ ମେ’ ୧ରୁ ସମସ୍ତ ସାବାଳକଙ୍କୁ ଟିକା ଦେବା ଲାଗି ସରକାର ଯୋଜନା କରିଥିବାବେଳେ ଟିକାକରଣ ନିୟମରେ ପରିବର୍ତ୍ତନ କରିଥିଲେ। ନୂଆ ନିୟମ ଅନୁଯାୟୀ ଉତ୍ପାଦିତ ଟିକାର ୫୦ ପ୍ରତିଶତ କେନ୍ଦ୍ର ସରକାରଙ୍କୁ ଯୋଗାଇବା ପରେ ଅବଶିଷ୍ଟ ୫୦ ପ୍ରତିଶତକୁ କମ୍ପାନୀ ରାଜ୍ୟ ସରକାର ଏବଂ ଖୋଲା ବଜାରକୁ ବିକ୍ରି କରିପାରିବ। ପୂର୍ବରୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଏହାର କୋଭିଶିଲ୍ଡ ଟିକା ଦର ରାଜ୍ୟ ସରକାରଙ୍କ ପାଇଁ ୪୦୦ ଏବଂ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କରିଥିଲା। ଏହା ସବୁଠୁ ମହଙ୍ଗା ଅଭିଯୋଗକୁ କମ୍ପାନୀ ଖଣ୍ଡନ କରିଛି। କୋଭିଶିଲ୍ଡ ସବୁଠୁ ଶସ୍ତା ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଦାବି କରାଯାଇଛି। The post ରାଜ୍ୟକୁ ୬୦୦ ଟଙ୍କାରେ ମିଳିବ କୋଭାକ୍ସିନ appeared first on Dharitri Odia News.