ରାଜ୍ୟରୁ ଆଉ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରୁ କରୋନାରେ ଆକ୍ରାନ୍ତ ହୋଇ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୪୧ରେ ପହଞ୍ଚିଛି। କରୋନାରେ ମୃତ୍ୟୁ ହେଇଥିବା ୧୩ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ୬୦ବର୍ଷର ପୁରୁଷ, କଟକରୁ ଜଣେ ୪୩ବର୍ଷର ପୁରୁଷ ଓ ଅନ୍ୟ ଜଣେ ୩୨ବର୍ଷର ପୁରୁଷ ରହିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ହୋଇଥିବା ୪୨ବର୍ଷୀୟ ଆକ୍ରାନ୍ତ କିଡ଼ନୀ ଓ ମଧୁମେହ […]

ରାଜ୍ୟରୁ ଆଉ୧୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ଆଜି ରାଜ୍ୟରୁ କରୋନାରେ ଆକ୍ରାନ୍ତ ହୋଇ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୪୧ରେ ପହଞ୍ଚିଛି। କରୋନାରେ ମୃତ୍ୟୁ ହେଇଥିବା ୧୩ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ୬୦ବର୍ଷର ପୁରୁଷ, କଟକରୁ ଜଣେ ୪୩ବର୍ଷର ପୁରୁଷ ଓ ଅନ୍ୟ ଜଣେ ୩୨ବର୍ଷର ପୁରୁଷ ରହିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ହୋଇଥିବା ୪୨ବର୍ଷୀୟ ଆକ୍ରାନ୍ତ କିଡ଼ନୀ ଓ ମଧୁମେହ ଆଦି ରୋଗରେ ପୀଡିତ ଥିଲା ବେଳେ ଅନ୍ୟ ଜଣେ ୭୫ବର୍ଷର ମୃତକ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ। 12.A 60-year old male of Sundergarh district who was also suffering from Diabetes. 13.A 70-year old male of Sundergarh district who was also suffering from Hypertension. — H & FW Dept Odisha (@HFWOdisha) August 26, 2020 ଏଥିସହିତ କେନ୍ଦୁଝର ଜିଲ୍ଲାରୁ ଜଣେ ୬୦ବର୍ଷର ମହିଳା, ପୁରୀ ଜିଲ୍ଲାରୁ ଜଣେ ୭୨ବର୍ଷର ପୁରୁଷ, ସମ୍ବଲପୁର ଜିଲ୍ଲାରୁ ଜଣେ ୪୨ବର୍ଷର ଓ ଜଣେ ୫୦ବର୍ଷ ପୁରୁଷ ରହିଥିବା ବେଳେ ୫୮ବର୍ଷର ଜଣେ ମହିଳାଙ୍କର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ଅନ୍ୟ ତିନିଜଣ ସୁନ୍ଦରଗଡ଼ ଜିଲ୍ଲାର ରହିଛନ୍ତି। ଏମାନଙ୍କ ବୟସ ଯଥାକ୍ରମମେ ୬୦, ୬୦ ଓ ୭୦ବର୍ଷ ରହିଛି। ତିନିଜଣ ମୃତକ ପୁରୁଷ .ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।