ରାଜ୍ୟରେ କମିଛି ତାତି: ୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ରାଜ୍ୟର ୪ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୧.୪ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର । ଏହା ସହ ଭବାନୀପାଟଣାରେ ୪୦.୧ଂ, ବୌଦ୍ଧରେ ୪୦.୮ଂ, ଟିଟିଲାଗଡାରେ ୪୦ଂ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ଆଜି ବାଲେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଥିବା […] The post ରାଜ୍ୟରେ କମିଛି ତାତି: ୪୦ ଡିଗ୍ରୀ ଉପରେ ୪ ସହର appeared first on Odisha Bhaskar.

ରାଜ୍ୟରେ କମିଛି ତାତି: ୪୦ ଡିଗ୍ରୀ ଉପରେ ୪ ସହର
ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ରାଜ୍ୟର ୪ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୧.୪ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର । ଏହା ସହ ଭବାନୀପାଟଣାରେ ୪୦.୧ଂ, ବୌଦ୍ଧରେ ୪୦.୮ଂ, ଟିଟିଲାଗଡାରେ ୪୦ଂ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ଆଜି ବାଲେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୭, କଟକରେ ୩୭, ପାରାଦୀପରେ ୩୨.୫, ଭୁବନେଶ୍ବରରେ ୩୯.୬, ଗୋପାଳପୁରରେ ୩୨.୭, ପୁରୀରେ ୩୪, ଅନୁଗୁଳରେ ୩୯.୩, ବାରିପଦାରେ ୩୬.୮, ଝାରସୁଗୁଡ଼ାରେ ୩୯.୮, କେନ୍ଦୁଝରରେ ୩୬, ସମ୍ବଲପୁରରେ ୩୮.୯, ହୀରାକୁଦରେ ୩୮.୧, ସୁନ୍ଦରଗଡ଼ରେ ୩୮, ତାଳଚେରରେ ୩୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ତାପମାତ୍ରା ୩୩.୫ ଡିଗ୍ରୀ ଥିବା ବେଳେ, ଫୁଲବାଣୀରେ ୩୭.୪, ମାଲକାନଗିରିରେ ୩୮.୫, ସୋନପୁରରେ ୩୮.୩, ଦାରିଙ୍ଗବାଡିରେ ୩୩.୫, ନୟାଗଡ଼ରେ ୩୯, ଛତ୍ରପୁରରେ ୩୩, ପାରଳାଖେମୁଣ୍ଡିରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ଆସନ୍ତା ମାସରେ ପୁଣି ଏକ ଭୟଙ୍କର ବାତ୍ୟା ଆସିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶଙ୍କା କରୁଛନ୍ତି । ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ବାତ୍ୟାର ରୂପ ନେଇ ବଙ୍ଗୋପସାଗରର ଉତ୍ତର-ପୂର୍ବ ଦିଗରେ ଗତି କରିବ ବୋଲି କୁହାଯାଉଛି । ଆସନ୍ତା ୧୩ ଓ ୧୪ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିବ । ଏହାଦ୍ୱାରା ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଭାବିତ ହେବା ସହ ବିହାର ଓ ଝାଡ଼ଖଣ୍ଡ ମଧ୍ୟ ପ୍ରଭାବିତ ହେବେ । ଏହାର ପ୍ରଭାବରେ ପାଣିପାଗରେ ପରିବର୍ତ୍ତନ ଦେଖାଯିବାର ସମ୍ଭାବନା ରହିଛି । The post ରାଜ୍ୟରେ କମିଛି ତାତି: ୪୦ ଡିଗ୍ରୀ ଉପରେ ୪ ସହର appeared first on Odisha Bhaskar.