ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ: ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ସୋମବାର କରୋନା ଆଉ ୬ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନଙ୍କ ମଧ୍ୟରେ କେବଳ ଗଞ୍ଜାମରୁ ୫ ଜଣ ହୋଇଥିବା ବେଳେ ଗଜପତିରୁ ଜଣେ ଅଛନ୍ତି। ଗଞ୍ଜାମର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଥିବା ବେଳେ ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ସେହିପରି ୫୪, ୫୨, ୪୨ ଏବଂ ଜଣେ […] The post ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ: ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି appeared first on Dharitri Odia News.

ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ: ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି
ଭୁବନେଶ୍ୱର,୨୦ା୭(ବ୍ୟୁରୋ): ସୋମବାର କରୋନା ଆଉ ୬ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନଙ୍କ ମଧ୍ୟରେ କେବଳ ଗଞ୍ଜାମରୁ ୫ ଜଣ ହୋଇଥିବା ବେଳେ ଗଜପତିରୁ ଜଣେ ଅଛନ୍ତି। ଗଞ୍ଜାମର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଥିବା ବେଳେ ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ସେହିପରି ୫୪, ୫୨, ୪୨ ଏବଂ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଯାଇଛି। ୪୨ ଏବଂ ୫୪ ବର୍ଷୀୟ ବ୍ୟକ୍ତି ମଧ୍ୟ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ସେହିପରି ଗଜପତି ଜଣ ୫୫ ବର୍ଷୀୟା ମହିଳାଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ମଧ୍ୟ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୮,୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨, ୪୫୩ ସୁସ୍ଥ ହୋଇଛନ୍ତି। ୫,୫୩୨ ଚିକିତ୍ସିତ ହେଉଛନ୍ତି। ୯୭ ଜଣଙ୍କ ପ୍ରାଣହାନି ଘଟିସାରିଲାଣି। The post ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ: ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି appeared first on Dharitri Odia News.