ରାଜ୍ୟରେ ଟିକା ଅଭାବ, ୯ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର ୦୬।୦୫: କରୋନା ବିରୋଧୀ ଲଢେଇକୁ ଝଟ୍‌କା । ରାଜ୍ୟରେ ପୁଣି ଟିକା ଅଭାବ । ୯ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ପର୍ଯ୍ୟାପ୍ତ ପରିମାଣର ଟିକା ନଥିବାରୁ ବନ୍ଦ ରହିବ ଟିକାକରଣ । ରାଜ୍ୟରେ କରୋନା ଟିକା ଅଭାବ । ଆଜି ରାଜ୍ୟର ୯ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକା ଅଭାବ ପାଇଁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏସବୁ ଜିଲ୍ଲା ହେଲା ବଲଙ୍ଗିର, ବରଗଡ଼, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର ଓ ସୁବର୍ଣ୍ଣପୁର। ଏବେ ରାଜ୍ୟରେ ୪୫ରୁ ଅଧିକ ବୟସଙ୍କ ଟିକାକରଣ ପାଇଁ କୋଭିସିଲ୍ଡ ଟିକା ୧ ଲକ୍ଷ ୪ ହଜାର ୭୦ଟି ଡୋଜ ମହଜୁଦ ଥିବା ବେଳେ , କୋଭାକ୍ସିନ ରହିଛି ୩ ଲକ୍ଷ ୧୮୦ଟି ଡୋଜ୍। ତେବେ ୧୮ ବର୍ଷରୁ ଅଧିକ ବୟସଙ୍କ ପାଇଁ ଓଡ଼ିଶା ସରକାର ଆଣିଥିବା କୋଭାକ୍ସିନ ଟିକା ୧ ଲକ୍ଷ ୨୮ ହଜାର ୩୨୦ଟି ଡୋଜ୍ ବଳକା ରହିଛି।