ରାତି ପର୍ଯ୍ୟନ୍ତ ଚାଲିପାରେ ବିହାର ଭୋଟ୍ ଗଣତି : ନିର୍ବାଚନ ଆୟୋଗ

ପାଟନା : ବିହାର ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ଆଗୁଆ ଥିବା ସତ୍ତ୍ବେ ଚୂଡ଼ାନ୍ତ ଫଳାଫଳ କଣ ହେବ ତାହା ଏବେଠାରୁ  କହିବା ମୁସ୍କିଲ, କାରଣ ବିହାରରେ ଭୋଟ ପଡ଼ିଥିବା ପ୍ରାୟ ୪ କୋଟି ୧୦ ଲକ୍ଷ ଭୋଟ ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ଭୋଟ ଗଣତି ହୋଇଛି । ଏଣୁ ଆଗକୁ ଆହୁରି ଅନେକ କିଛି ଉତଥାନ ପତନ ହେବାର ସମ୍ଭାବନା ରହିଛି । ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ଜାରି ସଦ୍ୟତମ […] The post ରାତି ପର୍ଯ୍ୟନ୍ତ ଚାଲିପାରେ ବିହାର ଭୋଟ୍ ଗଣତି : ନିର୍ବାଚନ ଆୟୋଗ first appeared on Sambad.

ରାତି ପର୍ଯ୍ୟନ୍ତ ଚାଲିପାରେ ବିହାର ଭୋଟ୍ ଗଣତି : ନିର୍ବାଚନ ଆୟୋଗ
ପାଟନା : ବିହାର ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ଆଗୁଆ ଥିବା ସତ୍ତ୍ବେ ଚୂଡ଼ାନ୍ତ ଫଳାଫଳ କଣ ହେବ ତାହା ଏବେଠାରୁ  କହିବା ମୁସ୍କିଲ, କାରଣ ବିହାରରେ ଭୋଟ ପଡ଼ିଥିବା ପ୍ରାୟ ୪ କୋଟି ୧୦ ଲକ୍ଷ ଭୋଟ ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ଭୋଟ ଗଣତି ହୋଇଛି । ଏଣୁ ଆଗକୁ ଆହୁରି ଅନେକ କିଛି ଉତଥାନ ପତନ ହେବାର ସମ୍ଭାବନା ରହିଛି । ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁସାରେ ଏନଡିଏ ଏବେ ୧୨୩ଟି ଆସନରେ ଓ ମହାମେଣ୍ଟ ୧୦୯ଟି ଆସନରେ ଆଗୁଆ ଚାଲିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ ଏଥର କରୋନା ଗାଇଡଲାଇନ ପାଳନ ପାଇଁ ଅଧିକ ସଂଖ୍ୟକ ଭୋଟ ଗଣନା କେନ୍ଦ୍ର ସ୍ଥାପନ କରାଯାଇଛି  । ପୂର୍ବରୁ ସାଧାରଣତଃ ୨୫-୨୬ ରାଉଣ୍ଡ ଭୋଟ ଗଣନା ହେଉଥିବାବେଳେ ଏଥର ହାରାହାରି ପ୍ରାୟ ୩୫ ରାଉଣ୍ଡ ଭୋଟ ଗଣନା କରାଯାଉଛି । ଏଣୁ  ଭୋଟ ଗଣତି ଶେଷ ହେଉ ହେଉ ବିଳମ୍ବିତ ରାତି ହୋଇଯିବ ବୋଲି ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚଆର ଶ୍ରୀନିବାସ କହିଛନ୍ତି ।The post ରାତି ପର୍ଯ୍ୟନ୍ତ ଚାଲିପାରେ ବିହାର ଭୋଟ୍ ଗଣତି : ନିର୍ବାଚନ ଆୟୋଗ first appeared on Sambad.